ଜଡ଼ି ବୁଟି ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ପତଞ୍ଜଳୀ ଯୋଗ ପୀଠ ହରିଦ୍ୱାରର ପ୍ରମୂଖ ବିନ୍ଧାଣୀ ତଥା ସମସ୍ତ ପତଞ୍ଜଳୀ ଆୟୁର୍ବେଦିକ ଔଷଧ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିବସ ଅବସରରେ ଭାରତ ସ୍ୱାଭିମାନ ଓ ପତଞ୍ଜଳୀ ଯୋଗ ସମିତି ଭଦ୍ରକ ଜିଲା ପକ୍ଷରୁ ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ ଓ ଯଜ୍ଞାନୁଷ୍ଠାନ ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବନ୍ତ ବ୍ଲକ ଆଗରପଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଯୋଗ ଶିକ୍ଷକମାନେ ଏକତ୍ର ହୋଇ ଯୋଗାଭ୍ୟାସ କରିଥିଲେ l ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା l ଭାରତ ସ୍ଵାଭିମାନର ଜିଲା ସଂଯୋଜକ ତଥା ଯୋଗ ଗୁରୁ ଧରଣୀଧର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଯୋଗ ଶିବିରରେ ବନ୍ତ ବ୍ଲକ ଯୋଗ ସମିତି ପ୍ରଭାରୀ କାଳନ୍ଦୀ ପାତ୍ର, କୋଷାଧ୍ୟକ୍ଷ ମଳୟ ରାଉଳ, ଯୁବ ପ୍ରଭାରୀ ସନ୍ତୋଷ ପଣ୍ଡା, ବରିଷ୍ଠ ଯୋଗ ଶିକ୍ଷୟିତ୍ରୀ ଆରତୀ ପାଣିଗ୍ରାହୀ , ରବୀନ୍ଦ୍ର ସେଠୀ, ଦେବବ୍ରତ ମହାନ୍ତି, ଗଦାଧର ଦାସ, ସଞ୍ଜୟ ପାଣିଗ୍ରାହୀ,ସନ୍ତୋଷ ସାହୁ, ସନ୍ଧ୍ୟାରାଣୀ ପଣ୍ଡା ପ୍ରମୁଖ ଯୋଗ ଶିକ୍ଷା ପ୍ରଦାନ କରିଥିଲେ l ଜିଲା ସୋସିଆଲ ମିଡିଆ ପ୍ରଭାରୀ ଶ୍ରୀବତ୍ସ କର, ପ୍ରଭାସ ରାଉତ, ବିଦ୍ୟା ମନ୍ଦିରର ଅଶୋକ ପରିଡ଼ା, ମମତା ମିଶ୍ର, ଶୁଭଲକ୍ଷ୍ମୀ ସାହୁ, ଶରତ ପଣ୍ଡାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଯୋଗ ଶିକ୍ଷକ ଏବଂ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l


