ସିବିଏସଇ ଦଶମ ପରୀକ୍ଷାରେ ହାତୀଓଟ ଓଏଭିର ସଫଳତା
ପୋଲସରା (ଅନୀଲ କୁମାର ମହାରଣା): ଚଳିତ ବର୍ଷର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଂଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ର ୭୯ ଜଣ ପରୀକ୍ଷା, ଦେଇଥିବା ବେଳେ ୭୫ ଜଣ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ପାସହାର ୯୪.୯୪ % ହୋଇଅଛି। ଯେଉଁ ଚାରି ଜଣ ଫେଲ ହୋଇଛନ୍ତି, ସେମାନଙ୍କ କେବଳ ଗୋଟିଏ ଲେଖାଏ ବିଷୟରେ ଫେଲ ମାର୍କ ଆସିଛି। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ୯୦% ଅଧିକ ମାର୍କ ରଖିଛନ୍ତି। ସେଥି ମଧ୍ୟରୁ ନନ୍ଦିନୀ ପ୍ରଧାନ, ଦୀପାଞ୍ଜଳି କୁମାରୀ ଓ ଅନନ୍ୟା ମାଝୀ ତିନିଜଣ ଛାତ୍ରୀ ୯୮% ମାର୍କ ରଖି ବିଦ୍ୟାଳୟରେ ମିଳିତ ଟପର ହେବା ସହ ଗଂଜାମ ଜିଲ୍ଲାର ପୋଲସରା ବ୍ଲକକୁ ଗୌରବାନ୍ୱିତ କରିଛନ୍ତି। ୩ ଜଣ ଛାତ୍ରଛାତ୍ରୀ ଗଣିତ ରେ ଓ ୩ ଜଣ ଛାତ୍ରଛାତ୍ରୀ ସାମାଜିକ ବିଜ୍ଞାନ ରେ ୧୦୦% ମାର୍କ ରଖି ବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି।ଏହି ସଫଳତାରେ ବିଦ୍ୟାଳୟର ପ୍ରିନ୍ସପାଲ ଉର୍ମିଳା ସାହୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ସାଧୁବାଦ ଜଣାଇଛନ୍ତି। ଭବିଷ୍ୟତରେ ବିଦ୍ୟାଳୟର ସୁନାମ ରଖିବା ପାଇଁ ସମସ୍ତଙ୍କୁ ପ୍ରତିଜ୍ଞାବଦ୍ଧ ହେବାପାଇଁ ପ୍ରେରଣା ଦେଇଛନ୍ତି।


