ସିବିଏସଇ ପରୀକ୍ଷାରେ ସ୍ଵୟଂଜୀତଙ୍କ ସଫଳତା

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ପଢ଼ିଆରିପଲୀ ଗ୍ରାମର ଅମୂଲ୍ୟ କୁମାର ରାଉତ ଏବଂ ମଞ୍ଜୁଶ୍ରୀ ରାଉତଙ୍କ ସୁପୁତ୍ର ଶ୍ରୀମାନ ସ୍ଵୟଂଜୀତ ରାଉତ ସିବିଏସଇ ପରୀକ୍ଷାରେ ୯୮.୬% (୫୦୦ ରୁ ୪୯୩ )  ନମ୍ବର ରଖି ସଫଳତାର ସହ ଉତ୍ତିନ୍ନ ହୋଇଛନ୍ତି। ସେ ଯାଜପୁର ଜିଲ୍ଲା କୋରେଇ  ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଭବିଷ୍ୟତରେ ଜଣେ ଆଇ.ଆଇ.ଟି ରେ ଅଧ୍ୟୟନ କରି ଜଣେ ଇଞ୍ଜିନିଅର ହେବେ ବୋଲି ଲକ୍ଷ ରଖିଛନ୍ତି। ଓଡିଶା ରେ ସେ ଶ୍ରେଷ୍ଠ ଦଶ ଜଣଙ୍କ ଭିତରେ ସ୍ଥାନ ପାଇଥିବାରୁ ପଢ଼ିଆରିପଲ୍ଲି ଗ୍ରାମ ପାଇଁ  ଗୌରବ ଆଣିଛନ୍ତି। ତାଙ୍କର ଏପରି ସଫଳତାରେ ପରିବାର ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ସ୍ଵୟଂଜୀତଙ୍କ ପରିବାରରେ ବାପା, ବଡ଼ ବାପା, ଭାଇ ତଥା  ଭଉଣୀ ମିଶି ୭ ଜଣ ଇଂଜିନିୟର ଅଛନ୍ତି। ତେଣୁ ଜୀବନରେ କିଛି ନୂଆ କରିବାକୁ ତାଙ୍କର ଇଚ୍ଛା। ସେ ତାଙ୍କର ସଫଳତାର ଶ୍ରେୟ  ପ୍ରଭୁ ଶ୍ରୀ ଜଗନ୍ନାଥ, ମା ତାରିଣୀ ,  ବାପା ମାଆ, ବୁଢୀମା, ପରିବାରର ସମସ୍ତ ସଦସ୍ୟ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ