ଆସନ୍ତା ସୋମବାର ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
କଟକ (ଓ୍ବାଇଏନଏସ): ଜୁନ ୨୨ ତାରିଖ ସୋମବାର ତିଗିରିଆ ବ୍ଲକ୍ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଅଭିଯୋଗ ଶୁଣାଣି ଶିବିର ସକାଳ ୧୦ ଘଟିକା ସମୟରେ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚାଲିବ । ଅଭିଯୋଗକାରୀମାନେ ଏହି ସମୟରେ ଉପସ୍ଥିତ ରହି ନିଜ ଅଭିଯୋଗଗୁଡିକ ପଞ୍ଜିକରଣ କରି ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ସହ ଶୃଙ୍ଖଳିତ ଭାବେ ଅଭିଯୋଗ ଶୁଣାଣିରେ ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଶିବିରରେ ଜିଲ୍ଳାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ ।ଏଥିସହ ଜିଲ୍ଲାର ବିଭିନ୍ନ ପଂଚାୟତ ସ୍ତରରେ ହେଉଥିବା ଜନ ଅଭିଯୋଗ ଶୁଣାଣିଗୁଡିକ ମଧ୍ୟ ସକାଳ ୧୦ ଘଟିକାଠାରୁ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।


