ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ଆସିକା (ୱାଇଏନ୍ଏସ୍) ଆତଙ୍କବାଦ ବିରୋଧରେ ଲଢେଇ ଅଭିଯାନ ଅପରେସନ ସିନ୍ଦୂରର ସଫଳତା ପରେ ସବୁଠି ଉତ୍ସାହ ଓ ଜୟଜୟକାର ଧ୍ୱନୀ ଦେଖିବାକୁ ମିଳୁଛି । ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ପାଇଁ ଆଜି ଦେଶବାସୀ ଗର୍ବିତ । ଭାରତର ସାର୍ବଭୌମତ୍ୱ ଓ ଭାରତୀୟମାନଙ୍କ ସୁରକ୍ଷା ପାଇଁ ସେନାବାହିନୀର ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ମଙ୍ଗଳବାର ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରତ ସ୍କାଉଟସ୍ ଓ ଗାଇଡ୍ସର ସ୍ୱେଚ୍ଛାସେବୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍, ଯୁବ ରେଡ୍କ୍ରସର ସ୍ୱେଚ୍ଛାସେବୀ, ଆଗ୍ରହୀ ବିଦ୍ୟାର୍ଥୀଙ୍କ ମିଳିତ ସହଯୋଗରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଜୀବାନନ୍ଦ ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ, ଅବାହକତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଶତାଧୀକ ସ୍ୱେଚ୍ଛାସେବୀ ଓ କ୍ୟାଡେଟ୍ ସାମିଲ୍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଅପରେସନ୍ ସିନ୍ଦୂରର ସଫଳତା ପରେ ଭାରତୀୟ ସୈନିକମାନଙ୍କ ପଦକ୍ଷେପକୁ ଉତ୍ସାହିତ କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆସିକା କଲେଜଛକ, ଶିତଳାଇ ମନ୍ଦିର, ମା ରାଜାମ୍ମା ଠାକୁରାଣୀ ମନ୍ଦିର ଇତ୍ୟାଦି ଅଞ୍ଚଳ ପରିକ୍ରମା କରିଥିଲା ବେଳେ ଭାରତ ମାତା କୀ ଜୟ ଓ ବନ୍ଦେ ମାତରମ୍ ଧ୍ୱନୀରେ କଲେଜଛକ ରାସ୍ତା ପ୍ରକମ୍ପିତ ହୋଇପଡିଥିଲା । ମାଆ ମାନଙ୍କ ସିନ୍ଦୁରର ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ସ୍ଥଳ, ଜଳ ଓ ଆକାଶ ବାହିନୀର ବୀର ଯବାନ୍ ମାନଙ୍କ ସାହାସିକ ଓ ବୀରତ୍ୱ ପଦକ୍ଷେପକୁ ପ୍ରଣାମ ଓ ସମ୍ମାନ ଜଣାଇବା ସାଙ୍ଗକୁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଆସିକା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି ବିଶାଳ ତ୍ରିରଙ୍ଗା କାର୍ଯ୍ୟକ୍ରମରେ କଲେଜର ପ୍ରାଧ୍ୟାପକ ଡଃ ସନ୍ତୋଷ କୁମାର ଚୌଧୁରୀ, ଭାରତ ସ୍କାଉଟ୍ ଓ ଗାଇଡ୍ସର କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ସରୋଜ କୁମାର ପଣ୍ଡା, ଏନ୍ସିସି ଅଫିସର ପ୍ରାଧ୍ୟାପକ ଡଃ ଶଙ୍କର ପ୍ରସାଦ ଅଧିକାରୀ, ଅଧ୍ୟାପକ ଚିତ୍ରସେନ ବେହେରା, ପ୍ରାଧ୍ୟାପକ ଡଃ ଅଜିତ୍ କୁମାର ମୁନି, ଅଧ୍ୟାପକ ସୁଧିର କୁମାର ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗର ପରୀକ୍ଷାଗାର ତତ୍ତ୍ୱାବଧାରକ ସନାତନ ପାଢୀ, କଲେଜ କର୍ମଚାରୀ ସନ୍ତୋଷ କୁମାର ସେଠୀ, ଭିକାରୀ ଗୌଡ, ଗଣେଶ ବାହାଦୁର, ପିଙ୍କୁ ବିଷୋୟୀ, ଭାରତ ସ୍କାଉଟ୍ସର ରୋଭର୍ ସ୍ୱେଚ୍ଛାସେବୀ ଆକାଶ ଗୌଡ, ଶଙ୍କର୍ଷଣ ପାତ୍ର, ଭୋଳା ସେଠୀ, ଶୁଭମ୍ ରାଉତ, ସିପୁନ୍ ସାହୁ, ଗୌରୀ ପ୍ରସାଦ ଜେନା, ଦୁର୍ଲଭ ରଥ, ପ୍ରଶାନ୍ତ ସାହୁ, ସତ୍ୟପ୍ରକାଶ ନାୟକ, ସାହିଲ୍ ଗୌଡ, ସ୍ୱାଧୀନ ସ୍ୱାଇଁ, ସନାତନ ସ୍ୱାଇଁ, ରୁଦ୍ର ପାଣିଗ୍ରାହୀ, ଶୁଭଙ୍କର ପ୍ରଧାନ ପ୍ରମୁଖ ସାମିଲ୍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଥିବା ପାକିସ୍ଥାନ ବିରୋଧରେ ଲଢି ଅପରେସନ୍ ସିନ୍ଦୂର ମାଧ୍ୟମରେ ସଫଳ ହୋଇଥିବା ଭାରତୀୟ ବୀର ଯବାନ୍ ମାନଙ୍କ ବୀରଗାଥା, ମନୋବଳ ଓ ଉତ୍ସାହବର୍ଦ୍ଧନ ନିମନ୍ତେ ଅନୁଷ୍ଠିତ ପରାକ୍ରମ ଶୋଭାଯାତ୍ରାରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସର କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ସରୋଜ କୁମାର ପଣ୍ଡା ଭିନ୍ନ ଆନ୍ଦାଜରେ ହାତରେ ଜାତୀୟ ପତାକା ଧରି ସାମିଲ୍ ହୋଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନ ଜିଣିଥିବା ଦେଖିବାକୁ ମିଳିଥିଲା ।


