ଘର ତାଲା ଭାଙ୍ଗି ଲୁଟ ଓ ବୃଦ୍ଧାଙ୍କୁ ଆକ୍ରମଣ ଘଟଣା ; ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ବି.ପାର୍ବତୀ ପାତ୍ର ନାମ୍ନୀ ଜଣେ ବୃଦ୍ଧା ଙ୍କୁ ଘରେ ପଶି ଠେଙ୍ଗା ରେ ଆକ୍ରମଣ କରିଥିବା ଅଭିଯୋଗରେ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଗୋଳନଥରା ଥାନା ମଦନମୋହନପୁର ଗ୍ରାମର କାଳୁ ପାତ୍ର ଙ୍କୁ ମଙ୍ଗଳବାର ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୧୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ କାଳୁ ,ହରି ପାତ୍ର,କାଳିଆ ପାତ୍ର ପାର୍ବତୀ ଙ୍କ ଘର ପାଖରେ ଅନ୍ୟ ଏକ ଘରେ ରହୁଥିବା ବଡ଼ପୁଅ ଶିବ ପାତ୍ର ଙ୍କ ଘର ର ଗ୍ରିଲ ଓ ତାଲା ଭାଙ୍ଗି ଘର ଭିତରେ ପଶି ଘର ଆଲମିରା ରୁ ୧୦ ହଜାର ଟଙ୍କା ଏବଂ ୧୪ ଗ୍ରାମ ଓଜନର ସୁନା ଗହଣା ନେଇଯାଇଥିଲେ। ଶବ୍ଦ ଶୁଣି ପାର୍ବତୀ ସେଠାକୁ ଯାଇ ପ୍ରତିବାଦ କରିବାରୁ ସେମାନେ ସଂଘବଦ୍ଧ ଭାବେ ତାଙ୍କୁ ମାଡ ମାରିଥିଲେ।ପାଟି ଶୁଣି ପାର୍ବତୀ ଙ୍କ ସ୍ବାମୀ ବି. କୁଷ୍ଟୁ ପାତ୍ର ଦୌଡ଼ି ଆସିବାରୁ କାଳୁ ଠେଙ୍ଗା ରେ ତାଙ୍କ ମୁଣ୍ଡକୁ ମାଡ଼ ମାରିଥିଲେ। ବଡବୋହୂ ବି. ଶିଳ୍ପା ପାତ୍ର ସେଠାକୁ ଆସି ଶାଶୁ ପାର୍ବତୀ ଙ୍କୁ ଉଦ୍ଧାର କରିବା ବେଳେ କାଳୁ ତାଙ୍କ ଚୁଟି ଓ ପିନ୍ଧା ଲୁଗା କୁ ଟାଣି ଅସଦାଚରଣ କରିବାକୁ ପଛାଇନଥିଲେ।ଆକ୍ରମଣରେ ଆହାତ ପାର୍ବତୀ ଏବଂ ତାଙ୍କ ସ୍ଵାମୀ କୁଷ୍ଟୁ ଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସା ହୋଇ ଫେରିବା ପରେ ପାର୍ବତୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ.ଆଇ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।


