ବର୍ଷ ବର୍ଷ ଧରି କରୁ ନାହାନ୍ତି ଆବାସ ଯୋଜନା ଘର: କଟିବ ୨୫୫୬ ଲୋକଙ୍କ ନାମ

ହାଟଡିହି  (ଓ୍ବାଇଏନଏସ) : ସରକାର ଗରିବ ବାସହିନ ଲୋକଙ୍କୁ ପକ୍କାଘର ଖଣ୍ଡିଏ ଯୋଗାଇ ଦେବାପାଇଁ କାର୍ଯ୍ୟକାରୀ କରୁଛନ୍ତି ଅନେକ ଯୋଜନା। କିନ୍ତୁ କିଛି ଲୋକ ଚାଳ ଘରେ ବସ ବାସ କରୁଥିଲେ ବି ଆବାସ ଯୋଜନାରେ ଘର ପାଇ ମଧ୍ୟ ଜାଣି ଶୁଣି ଘର କରୁ ନାହାନ୍ତି। ଏପରିକି ପ୍ରଥମ କିସ୍ତି ଟଙ୍କା ଉଠାଇ ଅପବ୍ୟୟ କରି ଦେଇଛନ୍ତି। ବାରମ୍ବାର ତାଗିଦ ସତ୍ୱେ ଘର ଆରମ୍ଭ କରିବାର ନାଁ ଧରୁ ନାହାନ୍ତି। ଏପରି ପରିସ୍ଥିତିରେ ସରକାର ଏକ ବଡ ନିଷ୍ପତ୍ତି ନେଇ ତିନୋଟି କେଟୋଗୋରି କରିଛନ୍ତି। ଯେଉଁ ମାନେ ଘର କରିବେ ସେମାନଙ୍କୁ କେଟୋଗୋରି (ଏ) ଯେଉଁମାନେ ଘର ନକରି ଅନୁଦାନ ରାଶି ଫେରାଇବେ ସେମାନଙ୍କୁ କେଟୋଗୋରୀ (ବି)ଆଦୌ ଘର କରିବେ ନାହିଁ ସେମାନଙ୍କୁ (ସି) କେଟୋଗୋରି ରେ ରଖୁଛନ୍ତି। ଏପରି ହାଟଡିହି ବ୍ଲକ୍ ରେ ୩୭୮୫ ଜଣ ହିତାଧୀକାରୀ ଅଛନ୍ତି। ବିଶେଷକରି ୨୦୧୬ରୁ  ଆବାସ ଯୋଜନାରେ ଘର ପାଇ ମଧ୍ଯ ଅଧିକାଂଶ ହିତାଧୀକାରୀ ଆଜି ପର୍ଯ୍ୟନ୍ତ ଘର କରୁ ନାହାନ୍ତି। ବ୍ଲକ ର ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଗତ କିଛିଦିନ ଧରି ଲଗାତାର ଭାବେ ବିଭିନ୍ନ ପଞ୍ଚାୟତ କୁ ଯାଇ ହିତାଧିକାରୀଙ୍କୁ ଭେଟି ଘର ନିର୍ମାଣ ପାଇଁ ଳୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କିଛି ଲୋକ ଘର କାମ ଆରମ୍ଭ କରିଥିବା ବେଳେ ଆଉ କିଛି ଅଳ୍ପ ଦିନ ଭିତରେ ଘର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହା ଫଳରେ ହାଟଡିହି ବ୍ଲକରେ ଗତ ଜାନୁୟାରୀ ମାସଠାରୁ ଆଜି ପର୍ଯ୍ୟନ୍ତ ଏକ ହଜାରରୁ ଊର୍ଦ୍ଧ୍ବ ଘର ହୋଇ ସାରିଛି। ବ୍ଲକ ଟି ଆବାସ ଯୋଜନାରେ ୧୩ନମ୍ବରରେ ଥିବା ବେଳେ ଏବେ ୭ନମ୍ବରରେ ରହି ପାରିଛି। ଦୁଇଦିନ ହେଲା ଡ଼ାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ଘର ସାରିବା ପାଇଁ ସଚେତନ କରାଯାଉଛି। ବ୍ଲକ କର୍ତ୍ତୃପକ୍ଷଙ୍କ ସୁଚନା ଅନୁଯାଇ ୧୨୨୯ ହିତାଧୀକାରୀ ଘର କାମ ସମ୍ପୂର୍ଣ୍ଣ କରିବେ ବୋଲି କହୁଥିବା ବେଳେ ୨୫୫୬ ହିତାଧୀକାରୀ ପ୍ରଥମ କିସ୍ତି ପାଇବା ପରେ ଆଉ ଧରା ଛୁଆଁ ଦେଇ ନାହାନ୍ତି। ଏପରିକି ତନ୍ମଧ୍ୟରୁ କିଛି ହିତାଧୀକାରୀ ପ୍ରଥମ କିସ୍ତି ଉଠାଇ ନେଇ ବାହାରକୁ ପଳାଇ ଥିବା ଜଣା ପଡ଼ିଛି। ତେଣୁ ୨୫୫୬ ହିତାଧୀକାରୀ ଙ୍କୁ (ସି) କେଟୋଗୋରୀ ରେ ରଖି ସେମାନଙ୍କ ନାମ କାଟିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ବିଡ଼ିଓ ସୁଚନା ଦେଇଛନ୍ତି। ତେଣୁ ହିତାଧୀକାରୀ ମାନେ ଏହାକୁ ଗୁରୁତର ସହିତ ନେଇ ତୁରନ୍ତ କାମ ସମ୍ପୂର୍ଣ୍ଣ କରିବାକୁ ବିଡ଼ିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ