ନୂତନ ଡ୍ରଗ୍ସ୍ ଇନ୍ସପେକ୍ଟରଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଗଞ୍ଜାମ-୨ୟ ମଣ୍ଡଳ ଛତ୍ରପୁର ଭେଷଜ ନିରୀକ୍ଷକ (ଡ୍ରଗ୍ସ୍ ଇନ୍ସପେକ୍ଟର) ଭାବେ ଶନିବାର ପ୍ରଶାନ୍ତ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ସେଠୀ ଆଜି ଦାୟିତ୍ୱ ଗ୍ରହଣ ଅବସରରେ ଛତ୍ରପୁର ଅଂଚଳରେ ଥିବା ସମସ୍ତ ଔଷଧ ଦୋକାନୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପୂର୍ବରୁ ଦାୟିତ୍ୱରେ ଥିବା ଭେଷଜ ନିରୀକ୍ଷକ ଲଲିତ୍ କୁମାର ସାହୁ ବ୍ରହ୍ମପୁରକୁ ବଦଳି ହୋଇଛି ।


