ପହିଲି ରଜ ରେ ଘରେ ଘରେ ପୋଡ଼ ପିଠାର ମହକ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଓଡ଼ିଶାର ଗଣପର୍ବ ତଥା ଗଣସଂସ୍କୃତିର ଅନନ୍ୟ ପ୍ରତୀକ ‘ରଜ ପର୍ବ’ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ। ଧରଣୀ ମାତାଙ୍କୁ ସମ୍ମାନ ଓ ନାରୀତ୍ୱର ଉତ୍ସବକୁ ପାଳନ କରିବା ପାଇଁ ଗାଁଠୁ ସହର ସବୁଠି ଏବେ ପାରମ୍ପରିକ ପରିବେଶ। ରଜ କହିଲେ ମନକୁ ଆପେ ଆପେ ଚାଲିଆସେ ଦୋଳି, ଗୀତ, ମିଠା ପାନ ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଡ଼ ପିଠା’। ପହିଲି ରଜର ପୂର୍ବ ସନ୍ଧ୍ୟା ଅର୍ଥାତ୍ ସଜବାଜଠାରୁ ହିଁ ଘରେ ଘରେ ପୋଡ଼ ପିଠା ତିଆରିର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଚାଉଳ ଚୂନା, ବିରି, ଗୁଡ଼, ଘିଅ, କାଜୁ, କିସମିସ, ନଡ଼ିଆ ଏବଂ ଗୁଜୁରାତି ଗୁଣ୍ଡର ମିଶ୍ରଣରେ ପ୍ରସ୍ତୁତ ଏହି ପାରମ୍ପରିକ ପିଠାର ବାସ୍ନାରେ ଆଜି ପହିଲି ରଜ ରେ ପୁରପଲ୍ଲୀ ମହକି ଉଠୁଛି। ବିଶେଷ କରି ମାଟି ଚୁଲିରେ, କଦଳୀ ପତ୍ରରେ ଗୁଡ଼ା ହୋଇ ରାତିସାରା ନିଆଁ କୋଇଲାରେ ଧୀମା ଆଞ୍ଚରେ ପୋଡ଼ାଯାଉଥିବା ପିଠାର ସ୍ୱାଦ ସତରେ ନିଆରା । ଆଧୁନିକତା ଭିତରେ ବି ବଞ୍ଚି ରହିଛି ପରମ୍ପରା ଆଜିକାଲିର ବ୍ୟସ୍ତବହୁଳ ଜୀବନ ଓ ଗ୍ୟାସ୍ ଚୁଲି ର ଜମାନାରେ ବି ଓଡ଼ିଆ ସେଲଫି ଏବଂ ଇନଷ୍ଟାଗ୍ରାମ ରିଲ୍ସରେ ପୋଡ଼ ପିଠାର କ୍ରେଜ୍ କମିନାହିଁ। ନୂଆ ପିଢ଼ିର ମହିଳା ଓ ଯୁବତୀମାନେ ମଧ୍ୟ ବେଶ୍ ଉତ୍ସାହର ସହ ଏହି ପିଠା ତିଆରି କରୁଛନ୍ତି। ବନ୍ଧୁବାନ୍ଧବ ଏବଂ ପଡ଼ୋଶୀ ଙ୍କ ଘରକୁ ପିଠା ବଣ୍ଟା ଯାଇ ରଜର ଶୁଭେଚ୍ଛା ଜଣାଯାଉଛି। ପହିଲି ରଜ ରେ ପୋଡ ପିଠା ଖାଇ ଖୁସି ମାନାଇଛନ୍ତି ପିଲା ଠାରୁ ବୁଢ଼ା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ