ବାତ୍ୟା ମୁକାବିଲା ବେଳେ ପିଇଓ ମାନଙ୍କ ବଦଳି କାହା ସ୍ୱାର୍ଥରେ

ବନ୍ତ, (ଚାନ୍ଦିନୀ ମହାନ୍ତି): ବାତ୍ୟା ଅକବାନ ମୁକାବିଲା ନେଇ ରାଜ୍ୟ ସରକାର ପ୍ରଭାବିତ ଜିଲା ଓ ବ୍ଲକର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସଜାଗ ରହିବା ସହିତ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ। ସରକାରୀ ନିର୍ଦ୍ଦେଶନାମାକୁ ଅଧିକାରୀ ଓ କର୍ମଚାରୀ ମାନେ ସୁଚାରୁରୂପେ ସମ୍ପାଦନ କରିଆସୁଥିଲେ । ଏପରିପେକ୍ଷୀରେ ବନ୍ତ ବ୍ଲକର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ବାତ୍ୟା ମୁକାବିଲା ଦାୟିତ୍ୱ ସମ୍ପାଦନ କରୁଥିବା ବେଳେ ଶୁକ୍ରବାର ସେମାନଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବନ୍ତ ପଞ୍ଚାୟତ ସମିତି ଆଦେଶ ସଂଖ୍ୟା-୪୭୨୭/ତା-୨୦/୧୧/୨୦୨୬ରେ ପ୍ରକାଶିତ ଚିଠିରେ ୧୨ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ମଧ୍ୟରେ ୨୫ ଗୋଟି ଗ୍ରାମ ପଞ୍ଚାୟତର ଦାୟିତ୍ୱ ବଣ୍ଟନ ହୋଇଛି। ବୀର କିଶୋର ନାୟକଙ୍କୁ ବିଟି ପୁର,ବସନ୍ତିଆ,ଗୋପିନାଥ ପୁର, ସଙ୍ଗୀତାରାଣୀ ପାଣିଗ୍ରାହୀଙ୍କୁ ମହାନ୍ତିପଡ଼ା, ପୁରୁଷଣ୍ଢ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କୁ ଗଣିଜାଙ୍ଗ, ଟିଲୋ,ବିକାଶ ଚନ୍ଦ୍ର ରାଉତଙ୍କୁ କାଦବରାଙ୍ଗ, ସେଣ୍ଢତୀ ରା,ପ୍ରଦୀପ କୁମାର ବିଶ୍ୱାଳଙ୍କୁ କେନ୍ଦୁଆପଦା, ତୋଡଗାଁ, ଜୟପ୍ରକାଶ ମହାପାତ୍ରଙ୍କୁ ଓଡ଼ଙ୍ଗ,ଆଡ଼ିଆ, ଦେବବ୍ରତ ସାମଲଙ୍କୁ ରାମକୃଷ୍ଣ ପୁର, ପଧାନପଡ଼ା, ରାଜେନ୍ଦ୍ର କୁମାର ଦାଶଙ୍କୁ ବନ୍ତ, ନିଳୋକ, ଗୋବିନ୍ଦପୁର, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କୁ ଚାରିଗାଁ, ବଡ ମହିଷଗୋଠ, କ୍ଷୀରୋଦ କୁମାର ଖଟୁଆଙ୍କୁ ଅଣିଜୋ, ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କୁ ଛୟାଳସିଂ, ରାମପୁର ଓ ସୁପ୍ରିୟା ଭୂୟାଁଙ୍କୁ ରାମଚନ୍ଦ୍ରପୁର ଓ ବଡ ବର୍ଚିକୟାଁ ଗ୍ରାମ ପଞ୍ଚାୟତର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ତେବେ ବାତ୍ୟା ସମୟରେ ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର, ରିଲିଫ ଚାଲୁଥିବା ଏବଂ ପରବର୍ତ୍ତୀ ସମୟରେ ଥଇଥାନ କାର୍ଯ୍ୟରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ କାହା ଚାପରେ ଏହି ବଦଳି କରାଯାଇଛି, ଏହାକୁ ନେଇ ବିଭିନ୍ନ ପଞ୍ଚାୟତରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାଵୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ