୨୭ରୁ ଅସିଆ ଗ୍ରାମ ନିକଟରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ
ହାଟଡିହି (ବିକାଶ ବିଶ୍ବାଳ): ଛେନାପଦି ଥାନପତି ମନ୍ଦିର କମିଟି ପକ୍ଷରୁ ଅସିଆ ଗ୍ରାମ ନିକଟରେ ନବ ନିର୍ମିତ ମା’ମଙ୍ଗଳା ମନ୍ଦିରର ପ୍ରତିଷ୍ଠା ଉତ୍ସବ ୨୭ତାରିଖରୁ ଆରମ୍ଭ ହେଉଛି। ୪ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବ ପାଇଁ ୨୭ତାରିଖ ଦିନ ଅଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟ କରାଯିବା ସହ ୨୮ରେ କଳଶ ଯାତ୍ରା, ରତ୍ନମୁଦ ପ୍ରତିଷ୍ଠା କରାଯିବ। ୨୯ତାରିଖରେ ମନ୍ଦିର ପ୍ରତିଷ୍ଠା ସହ ମା’ମଙ୍ଗଳାଙ୍କ ବିଗ୍ରହ ଗ୍ରାମ ପରିକ୍ରମା କରିବ। ୩୦ତାରିଖରେ ବିଗ୍ରହ ସ୍ଥାପନ କରାଯିବା ସହ ପୂର୍ଣ୍ଣାହୂତି ପ୍ରଦାନ କରାଯିବ। ପ୍ରତିଦିନ ନାମ ସଙ୍କୀର୍ତ୍ତନ ସହ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବାର ସ୍ଥିର ହୋଇଛି। ଏଥିପାଇଁ ମନ୍ଦିର ପରିସରକୁ ସୁସଜ୍ଜିତ କରଯାଇଛି।