ସାମ୍ବାଦିକ ବିକାଶ ପାଢୀଙ୍କ ବିୟୋଗ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ବିଶିଷ୍ଟ ସାମ୍ୱାଦିକ ବିକାଶ ପାଢୀଙ୍କ ବିୟୋଗରେ ପାରଳାଖେମୁଣ୍ଡି ସହର ତଥା ସମଗ୍ର ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି.  ଗତକାଲି ସନ୍ଧ୍ଯା ସମୟରେ ଭୂବନେଶ୍ୱରର ସମ୍ ହସପିଟାଲରେ ବିୟୋଗ ଘଟିଛି।ବରିଷ୍ଠ ସାମ୍ୱାଦିକ ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ପାଢ଼ୀଙ୍କର ପୁତ୍ର ବିକାଶ ପିତାଙ୍କ ପରି ସବୁକିଛି ଅନୁସରଣ କରି ବ୍ରହ୍ମପୁରରେ ରହି ବିଭିନ୍ନ ସମ୍ୱାଦପତ୍ର ସହ ଜଡ଼ିତ ଥିଲେ। ନିକଟରେ ସେ ନିଜ ପିତାଙ୍କର ୯୯ତମ ଜୟନ୍ତୀ ପାରଳାଖେମୁଣ୍ଡିରେ ଆୟୋଜନ କରିଥିଲେ। ତତ୍ ସଂଗେସଂଗେ ଆସନ୍ତା ବର୍ଷ ତାଙ୍କର ଜନ୍ମଶତବାର୍ଷିକୀ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ବ୍ରହ୍ମପୁରର ଗଜପତି ଜିଲ୍ଲାବାସୀଙ୍କ ସହ ଗଜପତି ଜିଲ୍ଲା ସଂଘରେ ସଂପ୍ରୁକ୍ତ ଥିଲେ। ଜଣେ ନମ୍ର ଓ ସ୍ପଷ୍ଟବାଦୀ ହିସାବରେ ତାଂକର ସୁନାମ ଥିଲା।ତାଙ୍କର ଅକାଳ ବିୟୋଗରେ ସୁନୀଲ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ,ତାରିଣୀ ପ୍ରସାଦ ପଣ୍ଡା, ଗଣେଶ କୁମାର ରାଜୁ, ଗରୁଡଧ୍ଵଜ ଚୌଧୁରୀ, ଭାଗବତ ପାଢ଼ୀ, ଦ୍ୱିଜେନ୍ଦ୍ରନାଥ ପାଢ଼ୀ, ବାଳକୃଷ୍ଣ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିନୋଦ ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ଭାରତ ଭୁଷଣ ମହାନ୍ତି, ତୀର୍ଥବାସୀ ପଣ୍ଡା, ରଜତ କୁମାର ପାଣିଗ୍ରାହୀ ଶୋକବ୍ୟକ୍ତ କରିବାସହ ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଏବଂ ତାଙ୍କର ପରିବାରବର୍ଗଂକୁ ସମବେଦନା ଜଣାଇଛନ୍ତି।ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକ୍ରୁତ୍ୟ ସମାପନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ