ଜୁଭେଣ୍ଟିକା ସଚେତନତା କର୍ମଶାଳା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସାଇବର ବିପଦରୁ ଛୋଟ ପିଲାଙ୍କୁ ଦୂରେଇ ରଖିବା ନେଇ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟରେ ଶିଶୁଙ୍କ ଡିଜିଟାଲ ଅଧିକାର ଓ ସୁରକ୍ଷା ସମ୍ମିଳନୀ ତଥା ଜୁଭେଣ୍ଟିକା କନକ୍ଳେଭ (କର୍ମଶାଳା) ଆୟୋଜନ ଭଳି ନୂଆ ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟର ବିଭିନ୍ନ ଥାନା ସମେତ ଦିଗପହଣ୍ଡି ଓ ପାଟପୁର  ଥାନା ପରିସରରେ ଆୟୋଜିତ ଏହି ସ୍ଵତନ୍ତ୍ର  କାର୍ଯ୍ୟକ୍ରମ କୁ ରାଜ୍ୟ ପୋଲିସ ନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଆଭାସି ମାଧ୍ୟମରେ ଉଦଘାଟନ କରିଥିଲେ।  ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ସିଡିପିଓ ଗୀତାଞ୍ଜଳିି ବେହେରା ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଙ୍ଗନୱାଡ଼ି କର୍ମୀ , ନାବାଳିକା ଛାତ୍ରୀ ,ଶିଶୁ ଓ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ‌। ଆଜିକାଲି  ପିଲାମାନେ ବହୁଳ ମାତ୍ରାରେ ମୋବାଇଲ ଏବଂ ଇଣ୍ଟରନେଟର ବ୍ଯବହାର କରି ଆସୁଛନ୍ତି । କିନ୍ତୁ ସେମାନେ ଏହାର ବ୍ଯବହାର  ନ ଜାଣି ସାଇବର ଠକ ଙ୍କ ଠାରୁ ଆସୁଥିବା ଲିଙ୍କ୍ ଗୁଡ଼ିକୁ କ୍ଳିକ୍ କରି ଦେଇଥାନ୍ତି । ଯାହାଫଳରେ ସେମାନେ ସାଇବର ଅପରାଧର ଶିକାର ହୋଇ ନାନାପ୍ରକାର ଶୋଷଣର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ସାଇବର ଅପରାଧର ଶିକାର ହେଲେ ସେ ନେଇ କିପରି ଜାଣିବା ଓ ଜଣାଇବା ସେନେଇ କର୍ମଶାଳା ରେ ଉପସ୍ଥିତ ଛାତ୍ରୀ  ଓ ସେମାନଙ୍କ ଅଭିଭାବକ ମାନଙ୍କୁ ସଚେତନ କରାଯାଇଥିଲା। ଶିଶୁ ମାନେ ପୋଲିସ ପ୍ରତି ଭୟଭୀତ ନ ହୋଇ ସାଇବର ଠକ ଏବଂ ସମ୍ପୃକ୍ତ ଅପରାଧୀ ମାନଙ୍କ ବିରୋଧରେ ଅଭିଯୋଗ କରିବା । ଅପରାଧମୁଳକ କାର୍ଯ୍ୟରୁ ନିବୃତ ରହିବା ଏବଂ ନିଜକୁ ଦୂର୍ବଳ ନ ଭାବି ସବୁବେଳେ ନିଜର ମନୋବଳ ଦୃଢ଼ କରି ଆଗକୁ ବଢିବା । ମୋବାଇଲ ବ୍ୟବହାର ସମୟରେ ସବୁବେଳେ ସତର୍କ ରହିବା ନେଇ ପୋଲିସ ଅଧିକାରୀ ବୃନ୍ଦ ପରାମର୍ଶ ଦେଇଥିଲେ। ଥାନା ଏସ.ଆଇ ସୋଫିଆ ମିଶ୍ର,ଏଏସଆଇ ଝୁନୁ ମାଝୀ ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।ସେହିପରି ପାଟପୁର ଥାନାରେ ଏସ.ଆଇ ଶ୍ରୀନିବାସ ଦାସ ଙ୍କ ସଂଯୋଜନାରେ  ଆୟୋଜିତ କାର୍ଯ୍ୟକ୍ରମ ରେ ବହୁସଂଖ୍ୟକ ଅଙ୍ଗନୱାଡ଼ି ସୁପର ଭାଇଜର,କର୍ମୀ ବୃନ୍ଦ ଉପସ୍ଥିତ ଥିଲେ। ଥାନା ଏସ.ଆଇ ସୁଲେମାନ ଭୁଁୟା,ଏଏସଆଇ ସୁଧୀର କୁମାର ନାୟକ,ସନ୍ତୋଷ କୁମାର ମିଶ୍ର ଏବଂ ରମାକାନ୍ତ ଶବର ପ୍ରମୁଖ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସଚେତନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ