ବିଶ୍ୱ ପୃଥ‌ିବୀ ଦିବସ ୨୦୨୬ ପାଳନ

ପାରାଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଡର ସିଭିଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ବିଶ୍ବ ପୃଥ‌ିବୀ ଦିବସ ୨୦୨୬ ପାଳନ ଅବସରରେ ଜଳ ବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସଚେତନ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ସଂଯୋଜକ ଡ଼. ମଦନ ମୋହନ ରାଉତ ନବୀକରଣଶୀଳ ଉର୍ଜାର ପ୍ରଚାର, ଉର୍ଜା ସଞ୍ଚୟ ଏବଂ ଅବଶିଷ୍ଟ ପଦାର୍ଥ କମାଇବା ପାଇଁ ସମୁହିକ ପଦକ୍ଷେପର ଆବଶ୍ୟକତା ଉଲ୍ଲେଖ କରିଥିଲେ ଏବଂଛାତ୍ରଛାତ୍ରୀମାନଙ୍କୁ ସସ୍ଥାୟୀ ଉନ୍ନୟନର ରାଷ୍ଟ୍ରଦୂତ ହେବାକୁ ଆହ୍ବାନ କରିଥିଲେ। ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ଼, ରାଜୀବ କୁମାର ମାଝୀ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ଆଲୋକପାତ କରିଥିଲେ, ବିଶେଷ କରି ପ୍ରାୟୋଗିକ ଶିକ୍ଷା, ନବୀକରଣଶୀଳ ଉର୍ଜାମଡେଲ୍ ଏବଂ ପରିବେଶମୁଖୀ ପଦକ୍ଷେପ ଗୁଡ଼ିକ ଉପରେ। ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (SoET)ର ଡିନ୍ ଡ଼. ପ୍ରଫୁଲ୍ଲ କୁମାର ପଣ୍ଡା ଜଳବାୟୁ ପରିବର୍ତନ ମୁକାବିଲା ପାଇଁ ପ୍ରଯୁକ୍ତିଗତ ନବୀନତାର ଗୁରୁତ୍ବ ବିଷୟରେ କହିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରିବେଶ-ମିତ୍ର ସମାଧାନ ଉନ୍ନତ କରିବାକୁ ପ୍ରେରିତ କରିଥିଲେ। ଡ଼. ରିତେଶ, ଡିନ୍ ଅଫ୍ ଷ୍ଟୁଡେଣ୍ଡ ଅଫେୟର୍ସ, ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ସକ୍ରିୟ ଭାଗ ନେବା ଓ ଦୈନନ୍ଦିନ ଜୀବନରେ ସବୁଜ ଅଭ୍ୟାସ ଅନୁସରଣ କରିବାକୁ ପ୍ରେରଣା ଦେଇଥିଲେ। ରେଜିଷ୍ଟ୍ରାର ଡ଼ଅନିତା ପାତ୍ର ଆୟୋଜକ ମଣ୍ଡଳୀର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ପରିବେଶ ସଚେତନତା ବିକାଶରେ ସଂସ୍ଥାଗତ ସହ‌ଯୋଗର ଗୁରୁତ୍ବ ଉଲ୍ଲେଖ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ