ପଛ ପଟୁ ଧକ୍କା ଦେଲା କାର୍ ବାଇକ ଚାଳକ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ବୁଧବାର ଭୋର ପ୍ରାୟ ସାଢେ ୬ ଟାରେ ଏକ ଦ୍ରୁତଗାମୀ କାର ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି ।  ବାଇକ ଚାଳକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ  ଗ୍ରାମର ସୁଶାନ୍ତ ପ୍ରଧାନ (୩୨) । ଦୁର୍ଘଟଣା ସ୍ଥଳରେ  ଉତ୍ତେଜନା ପ୍ରକାଶ ପାଇଥିଲା।ରାସ୍ତାରେ ଯା ଆସ କରୁଥିବା ଲୋକେ  ଗୁରୁତର ଅବସ୍ଥାରେ ସୁଶାନ୍ତ ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ସୁଶାନ୍ତ କୌଣସି କାମରେ  ବାଇକ ଯୋଗେ ଦିଗପହଣ୍ଡି ଆସୁଥିଲେ। ଏହି ସମୟରେ ଦ୍ରୁତଗତି ରେ ଯାଉଥିବା କାର ଟି ତାଙ୍କୁ ପଛ ପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ବାଇକ ସହ ସୁଶାନ୍ତ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଜାଗାରେ ଗଭୀର ଆଘାତ ହୋଇଛି। ଖବରପାଇ ଦିଗପହଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରାସ୍ତାକଡର କିଛି ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ତଦନ୍ତ କରି ଫେରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ