ହରିଜନ ଅଟୋ ଚାଳକଙ୍କୁ ମରଣାତ୍ମକ ଆକ୍ରମଣ, ୪ ଗିରଫ

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ପୋଲିସ ଜିଲ୍ଲାର ବୁଗୁଡ଼ା ପୋଲିସ ଥାନା ଅଧୀନସ୍ଥ ବାଲିପଦର ଫାଣ୍ଡି ଅନ୍ତର୍ଗତ ଗହଙ୍ଗୁ ଗ୍ରାମର ପାଟଣା ସାହିର ହରିଜନ ଜାତିର ଅଟୋ ଚାଳକ ମଙ୍ଗୁଳୁ ନାଇକ(୩୫)ଙ୍କୁ ଗହଙ୍ଗୁ ଗ୍ରାମର ଚାରି ଜଣ ଯୁବକ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଆହାତ ମଙ୍ଗୁଳୁଙ୍କ ଧର୍ମପତ୍ନୀ ଝୁନୁ ନାଇକ ଅଭିଯୋଗ କରିବା ପରେ ବୁଗୁଡ଼ା ପୋଲିସ ଥାନା କେସ ନଂ ୪୨୮/ ୨୮.୦୮.୨୦୨୬ ତାରିଖ, ଧାରା U/S-୧୨୬(୨)/୧୧୫(୨)/୧୧୭(୨)/୧୦୯(୧)/୩୫୧(୨)/୩(୫) BNS R/W-୩(୧)(r)/୩(୧)(s) SC/ST (POA) ଆଇନ ପ୍ରକାରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବାଲିପଦର ଫାଣ୍ଡି ଓଆଇସି କେ. ନିଳାଦ୍ରୀ ରେଡ୍ଡୀ ପ୍ରକାଶ କରିଛନ୍ତି। ଚାରି ଅଭିଯୁକ୍ତ ବ୍ୟକ୍ତିମାନେ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଗହଙ୍ଗୁ ଗ୍ରାମର, ୧. ମଙ୍ଗୁଳୁ ପ୍ରଧାନଙ୍କ ପୁଅ ଦିପକ ପ୍ରଧାନ(୨୪), ୨. ଦୁଃଖୀ ପ୍ରଧାନଙ୍କ ପୁଅ ପପୁ ପ୍ରଧାନ(୨୩), ୩. ସୁଦାମ ରଣାଙ୍କ ପୁଅ ରାଜେନ୍ଦ୍ର ରଣା(୨୪) ଏବଂ ୪. ଅରୁଣ କୁମାର ମହାନ୍ତିଙ୍କ ପୁଅ ଆଶୁ ପ୍ରସାଦ ମହାନ୍ତି(୧୯)। ଅଭିଯୋଗ ପରେ ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଓଆଇସି ଶ୍ରୀ ରେଡ୍ଡୀ ତଦନ୍ତ ଦାୟିତ୍ୱ ନେଇଥିଲେ। ଏହା ନିଶ୍ଚିତ ହୋଇଥିଲା ଯେ ଆହତ ମଙ୍ଗୁଳୁ ନାଇକ, ଅଭିଯୋଗକାରୀଙ୍କ ସ୍ୱାମୀ ଏକ ଅଟୋ-ରିକ୍ସା ଦ୍ୱାରା ଆଗକୁ ଯାତ୍ରା କରିଥିଲେ। ଗହାଙ୍ଗୁ ଗ୍ରାମର କଟାସିବନ୍ଧ ନିକଟରେ ଅଭିଯୁକ୍ତ ଦୀପକ ପ୍ରଧାନ, ପପୁ ପ୍ରଧାନ, ଆଶୁ ପ୍ରସାଦ ମହାନ୍ତି ଏବଂ ରାଜେନ୍ଦ୍ର ରଣା ପୂର୍ବ ପ୍ରସ୍ତୁତି ପ୍ରକାରେ  ଅଟୋକୁ ଅଟକାଇଥିଲେ। ଅଭିଯୁକ୍ତମାନେ ମଙ୍ଗୁଳୁ ନାଇକଙ୍କୁ ଅଟୋରୁ ଟାଣି ଆଣି ଅଶ୍ଳୀଳ ଏବଂ ଅପମାନଜନକ ଭାଷାରେ ଜାତିଭିତ୍ତିକ ଗାଳି ଦେଇଥିଲେ ଏବଂ ବାଉଁଶ ବାଡ଼ି ସାହାଯ୍ୟରେ ଚାରି ଜଣ ମରଣାତ୍ମକ ଆକ୍ରମଣ କରିଥିଲେ। ଯାହା ଫଳରେ ମଙ୍ଗୁଳୁ ନାଇକଙ୍କ ହାତ ଓ ମୁହଁରେ ଆଘାତ ଲାଗିବା ସହ ଉଭୟ ହାତ ଓ ଦୁଇ ଗୋଡ଼ର ହାଡ ଭାଙ୍ଗିଯିବା ସହିତ ଗୁରୁତର ଆହାତ ହୋଇଥିଲେ। ଏଥି ସହ ଚାରିଜଣ ମଙ୍ଗୁଳୁଙ୍କୁ ଧମକ ଦେଇ କହିଥିଲେ ଯେ ଯଦି ସେ ପୋଲିସକୁ ଖବର ଦିଅନ୍ତି, ତେବେ ତାଙ୍କ ସମଗ୍ର ପରିବାରକୁ ହତ୍ୟା କରାଯିବ। ଆହାତ ମଙ୍ଗୁଳୁଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଯାଇ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ପଠାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଏବଂ ଜୀବନ ପ୍ରତି ବିପଦ ଥିବା ରିପୋର୍ଟ ଆସିଥିବା ବେଳେ ଅନୁସନ୍ଧାନ ପରେ ଅଭିଯୁକ୍ତ ଚାରି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଶ୍ରୀ ରେଡ୍ଡୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ