ମା ସିନ୍ଦୁର ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ର ରସବନ୍ତଳା ଠାରେ ରହିଥିବା ସିନ୍ଦୁର ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଟୁକୁଡିହା ପଞ୍ଚାୟତ ର ସମିତି ସଭ୍ୟା ମିନତୀ ନାଏକ ଯୋଗଦାନ କରିଥିଲେ। ଉଦଘାଟନୀ ଉତ୍ସବରେ ଯୋଗଦାନ କରିଥିବା ଅତିଥି ମାନେ ଯୁବ କ୍ରୀଡା ବିତ ମାନଙ୍କୁ ଉତ୍ସାହିତ କରିବା ସହିତ ଫାଇନାଲ ଖେଳ ଖେଳିବା ପାଇଁ ସଂଘର୍ଷ ଜାରି ରଖିବା ପାଇଁ ଖେଳାଳି ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କ୍ରିକେଟ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ସମ୍ପର୍କରେ କମିଟିର ସଦସ୍ୟ ମାନେ ସୂଚନା ପ୍ରଦାନ କରିଛନ୍ତି। ଏହି କ୍ରିକେଟ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚ ବଳା କ୍ରିକେଟ ଦଳ ଏବଂ ସାନଦେଉଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ବଳା କ୍ରିକେଟ ଦଳ ବିଜୟ ଲାଭ କରିଥିଲେ। ଉଦଘାଟନୀ ମ୍ୟାଚ କୁ ପରିଚାଳନା ରେ ସହଯୋଗ କରିଥିଲେ କମିଟି ର ସଦସ୍ୟ ଦିଲିପ କୁମାର ନାଏକ, ବିଭୂତି ନାଏକ, ଗଜେନ୍ଦ୍ର ନାଏକ ଯୁବରାଜ ନାଏକ,ଅନିଲ ନାଏକ, ସିଦ୍ଧାର୍ଥ ନାଏକ, କୁମାର ସାନୁ, ପରମେଶ୍ବର ନାଏକ, ବିକାଶ ନାଏକ ବିନୋଦ ନାଏକ, ସୌମ୍ୟରଞ୍ଜନ ନାଏକ ପ୍ରମୁଖ। ଏହି କ୍ରିକେଟ ପ୍ରତିଯୋଗିତାର ଫାଇନାଲ ଖେଳ ୨୪ ତାରିଖ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ