ମା ଅନ୍ଧାରୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଧନୁର୍ଜୟପୁର ପଞ୍ଚାୟତ ର ନାଗରପାଳ ଠାରେ ରହିଥିବା ବିର୍ସା ମୁଣ୍ଡା ଖେଳ ପଡିଆ ଠାରେ ଏକ ସପ୍ତାହ ଧରି ୧୬ ଟି କ୍ରିକେଟ ଦଳ କୁ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ଝୁମ୍ପୁରା ବିଡ଼ିଓ ହୃଦାନନ୍ଦ ଅଢା ଯୋଗଦାନ କରି କ୍ରିକେଟ ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରିକେଟ ପ୍ରତିଯୋଗିତା ର ଫାଇନାଲ ଖେଳ ଟିଆଡିପଶି ଓ ପଳାସପଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପଳାସପଙ୍ଗା ଦଳ ବିଜୟ ଲାଭ କରିଥିଲା। ଫାଇନାଲ ଖେଳ ଅବସରରେ ପୁରସ୍କାର ବିଚରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ଝୁମ୍ପୁରା ବ୍ଲକ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଟ୍ଟନାୟକ, ଜିଲା ଯୁବମୋର୍ଚ୍ଚା ଉପ ସଭାପତି ଅନିଦ୍ୟ ବେହେରା, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା,ଓବିସି ମୋର୍ଚ୍ଚା ଜିଲା ସଭାପତି ଲକ୍ଷ୍ମଣ କୁମାର ରାଉତ,ଆର ଏସ ଏସ ଜିଲା ପ୍ରମୁଖ ଖଗେଶ୍ବର ମହାନ୍ତ, ବିଜୟାନନ୍ଦ ବେହେରା, ପ୍ରବୀର ରଞ୍ଜନ ନାୟକ, ସମାଜ ସେବୀ ମଖମଲ ବାରିକ ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଅତିଥି ମାନେ ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରତି ମ୍ୟାଚ ରେ ବିଜୟ ଲାଭ କରିବା ଲକ୍ଷ୍ୟ ନେଇ ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ଅତିଥି ମାନଙ୍କ ଦ୍ୱାରା ଚମ୍ପିୟାନ ଦଳ ପଳାସପଙ୍ଗା ଦଳ କୁ ନଗଦ ୨୦ ହଜାର ଟଙ୍କା ସହିତ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଉପ ବିଜେତା ଦଳକୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ। ପୁରସ୍କାର ବିବରଣୀ ଉତ୍ସବର ମଞ୍ଚ ପରିଚାଳନା କରିଥିଲେ ଶୁକଦେବ ମହାନ୍ତ। ଶେଷରେ ପ୍ରବୀର ରଞ୍ଜନ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ପୁରସ୍କାର ବିଚରଣ ଉତ୍ସବ କୁ ସମାପ୍ତ କରିଥିଲେ। କ୍ରିକେଟ ପ୍ରତିଯୋଗିତା କୁ ମା ଅନ୍ଧାରୀ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।


