ମହାଙ୍ଗା ପଡ଼ିଲା ଫେକ ସୋସିଆଲ ମିଡ଼ିଆ ଏକଉଣ୍ଟ ଖୋଲି ମହିଳାଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରିବା: ଯୁବକ ଗିରଫ
ହାଟଡିହି (ଓ୍ବାଇଏନଏସ) ଫେକ ସୋସିଆଲ ମିଡ଼ିଆ ଏକଉଣ୍ଟ ଖୋଲି ଜଣେ ମହିଳାଙ୍କ ଆପତ୍ତି ଜନକ ଫଟୋ, ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ସୋସୋ ପୋଲିସ୍ ଟାଙ୍ଗୀ ଅଞ୍ଚଳର ଜଣେ ଯୁବକକୁ ଗିରଫ କରିଛି। କେନ୍ଦୁଝର ଏସ ପି ଏନେଇ ସୁଚନା ଦେଇଛନ୍ତି। ସୂଚନାରୁ ଜଣ ପଡ଼ିଛିକି କଟକ ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ଉଚ୍ଚପଡ଼ା ଗ୍ରାମର ଅଭିରାମ ମଲ୍ଲିକଙ୍କ ପୁଅ ଜୀବନ ମଲ୍ଲିକ (୨୩ ବର୍ଷ) ନକଲି ସୋସିଆଲ ମିଡିଆ ଆକାଉଣ୍ଟ ତିଆରି କରି ସୋସୋ ଥାନା ଅଞ୍ଚଳର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ, ଭିଡିଓ ଆଦି ପ୍ରସାରଣ କରି ମହିଳାଙ୍କୁ ଗୁରୁତର ମାନସିକ ନିର୍ଯାତନା ଦେଇଥିଲା। ମହିଳା ଜଣକ ଏନେଇ ସୋସୋ ଥାନାରେ ଅଭିଯୋଗ କରିବା ପରେ ଥାନା ଆଇଆଇସି ବିଜୟ କୁମାର ବିହାରୀ ଥାନା କେସ ନଂ ୧୫୧, ତାରିଖ ୧୫.୦୭.୨୦୨୫ ରେ ଧାରା ୭୮(୨)/୩୫୬(୨)/୨୩୮(ସି) ବିଏନଏସ୍ ଏବଂ ୬୬(ସି)/୬୭/୬୭(ଏ) ଆଇଟି ଆଇନ, ୨୦୦୦ ଅନୁଯାୟୀ ପଞ୍ଜିକୃତ କରିଥିଲେ। ଥାନା ଆଇଆଇସି ଏହାର ତଦନ୍ତ କରି ଟାଙ୍ଗୀ ପୋଲିସ୍ ସହଯୋଗରେ ଅଭିଯୁକ୍ତ ଯୁବକ ଜୀବନ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତା ନିକଟରୁ ଏକ ମୋବାଇଲ୍ ଜବଦ କରଯାଇଥିବା ଥାନା ଆଇଆଇସି ସୁଚନା ଦେଇଛନ୍ତି।


