ପିପୁଲ୍ସ କଲେଜରେ ଜାତୀୟ କ୍ରୀଡା ଦିବସ ୨୦୨୫ ପାଳନ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ କଲେଜରେ ଅଗଷ୍ଟ ୨୯ ତାରିଖ ଦିନ ଜାତୀୟ କ୍ରୀଡା ଦିବସ ୨୦୨୫ ବହୁତ ଉତ୍ସାହର ସହିତ ପାଳନ ହୋଇଯାଇଛି। ବିଶିଷ୍ଟ ହକି ଖେଳାଳି ମେଜର ଜ୍ଞାନ ଚାନ୍ଦ, ଯାହାଙ୍କ ନେତୃତ୍ୱରେ ୧୯୨୮, ୧୯୩୨ ଓ ୧୯୩୬ ଅଲମ୍ପିକ କ୍ରୀଡ଼ାରେ ହକିରେ ସ୍ୱର୍ଣ୍ଣ ପଦକ ପାଇ ଭାରତ ପାଇଁ ଗର୍ବ ଓ ଗୌରବ ଆଣିପାରିଥିଲେ, ସେହି ମହାନ ଖେଳାଳିଙ୍କ ଜନ୍ମ ଦିବସ ଅଗଷ୍ଟ ୨୯ ତାରିଖକୁ ୨୦୧୨ ମସିହାରୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ ପାଇଁ ଭାରତ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ଜାତୀୟ କ୍ରୀଡା ଦିବସରେ ପିପୁଲସ କଲେଜରର +୩ ଓ +୨ ବିଭାଗର୍ କ୍ରୀଡା ସଂଘର ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରାଯାଇଥିଲା। ଏହି ଉତ୍ସବ ଉପଲକ୍ଷେ ଏକ ମାରାଥନ ଦୌଡ଼ ବୁଗୁଡା ପିପୁଲସ ହାଇ ସ୍କୁଲ ଛକରୁ ଆରମ୍ଭ ହୋଇ ପିପୁଲ୍ସ କଲେଜ କ୍ୟାମ୍ପସରେ ଶେଷ ହୋଇଥିଲା। ଯାହା ଏହି ଦିବସ ପାଇଁ ଏକ ଉତ୍ସାହଜନକ ସ୍ୱର ସୃଷ୍ଟି କରିଥିଲା। ଏହାପରେ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଜେତାମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏହି ଉତ୍ସବ ପାଇଁ କାର୍ଯ୍ୟକ୍ରମ ପ୍ରିନ୍ସିପାଲ-ଇନ୍-ଚାର୍ଜ ହରିକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ସୁବାଷ ଚନ୍ଦ୍ର ପରିଡା ଯୋଗଦେଇ, ଉତ୍ସାହଜନକ କଥା କହି ସମାବେଶକୁ ପ୍ରେରଣା ଦେଇଥିଲେ। ବିଶିଷ୍ଟ କ୍ରୀଡା ବ୍ୟକ୍ତିତ୍ୱ ଭଞ୍ଜ କିଶୋର ଗୌଡ଼ା, ସୋମନାଥ ଗୌଡ଼ା, ଏମ୍. ଶଙ୍କର ଦୋରା ଓ ହରିହର ବିଶ୍ୱାଳ ମଞ୍ଚକୁ ଶୋଭା ମଣ୍ଡନ କରିବା ସହ କ୍ରୀଡାରେ କ୍ୟାରିୟରର ପ୍ରେରଣାଦାୟକ ଉଦାହରଣ ବାଣ୍ଟିଥିଲେ। କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। +୩ କ୍ରୀଡା ସଂଘର ଉପାଧ୍ୟକ୍ଷ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଏବଂ +୨ କ୍ରୀଡା ସଂଘର ଉପାଧ୍ୟକ୍ଷ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଙ୍କ ଉତ୍ସର୍ଗୀକୃତ ପ୍ରୟାସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ