କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଆଞ୍ଚଳିକ ମହିଳା ସଂଘର ବୈଠକ
ଆସିକା (ୱାଇଏନ୍ଏସ୍) : କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଆଞ୍ଚଳିକ ମହିଳା ସଂଘର ଅଷ୍ଟମ ସାଧାରଣ ଅଧିବେଶନର ପଞ୍ଚମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଶ୍ରୀ ଶ୍ରୀ ମା ବାସବୀ କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ଆସିକା ଦ୍ୱିତୀୟ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଅଷ୍ଟମ ସାଧାରଣ ଅଧିବେଶନର ପଞ୍ଚମ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ରୂପେ ଋଷିକୁଲ୍ୟା ଅଞ୍ଚଳ ସଭାପତି ବି.ଭେଙ୍କେଟ ରମଣ ମୂର୍ତ୍ତି, ସଂପାଦକ ଏ.ତିରୁପତି ବାଲାଜୀ ପାତ୍ର, କୋଷାଧ୍ୟକ୍ଷ ବି.ଅରୁଣ କୁମାର ପାତ୍ର, ମହାସଂଘର ସକ୍ରିୟ ସଦସ୍ୟ କେ.କିଶୋର କୁମାର ସେନାପତି, କେ.ଦୀପକ କୁମାର ସେନାପତି, ଅଶୋକ କୁମାର ପାତ୍ର, କେ.ଗୋପାଳକୃଷ୍ଣ ସେନାପତି, ମହିଳା ମହାସଂଘର ସଭାନେତ୍ରୀ ବି.ରେଶମା ପାତ୍ର, ସଂପାଦିକା ଇ.ବାଣିଶ୍ରୀ ପାତ୍ର, ଯୁଗ୍ମ ସଂପାଦିକା ରଶ୍ମିତା ଚୌଧୁରୀ, ଋଷିକୁଲ୍ୟା ଅଞ୍ଚଳ ମହିଳା ସଂଘର ସଭାନେତ୍ରୀ ଏ.ମଧୁସ୍ମିତା ସରାବ, ଉପସଭାନେତ୍ରୀ ଏନ୍.ଆରତୀ ଚୌଧୁରୀ, ସଂପାଦିକା କେ.ରଶ୍ମିତା ପାତ୍ର, ଯୁଗ୍ମ ସଂପାଦିକା ଇ.କୁଶୁମା ପୃଷ୍ଟି, କୋଷାଧ୍ୟକ୍ଷ ଏସ୍.ରୂପବତୀ ପୃଷ୍ଟି, ଆସିକା ଦ୍ୱିତୀୟ ସଂଘର ସଭାନେତ୍ରୀ ଇ.ସନ୍ତୋଷିନୀ ପାତ୍ର, ସଂପାଦିକା ସିଏଚ୍.ରଶ୍ମିତା ପାତ୍ର, କୋଷାଧ୍ୟକ୍ଷା ଏ.ରଂଜିତା ନାୟକ ପ୍ରମୁଖ ଯୋଗଦେଇ ମହିଳା ସଶକ୍ତିକରଣର ସଫଳ ରୂପାୟନ ସ୍ୱରୂପ ମହିଳାମାନଙ୍କୁ ଆର୍ଥିକ ଓ ସାମିଜିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଏବଂ କଳିଙ୍ଗ ବୈଶ୍ୟ ମହିଳା ସଂଘର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା, ସମାଜରେ ଶିକ୍ଷାର ବିକାଶ ଏବଂ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିିବା, ଗରିବ ଓ ନିଷ୍ପେସିତ ଏବଂ ଅବହେଳିତ ବର୍ଗର ଲୋକଙ୍କୁ ସାହାଯ୍ୟ ଓ ସାମାଜିକ ସେବା ଯୋଗାଇଦେବା ଉପରେ ଆଲୋକପାତ କରିବା ସାଙ୍ଗକୁ ପରସ୍ପର ମଧ୍ୟରେ ଭାଇଚାରାର ସଂପର୍କକୁ ଉଜ୍ଜିବୀତ କରି ରଖିବା ସାଙ୍ଗକୁ ସଂଗଠନକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଆଞ୍ଚଳିକ ମହିଳା ସଂଘର ଅଷ୍ଟମ ସାଧାରଣ ଅଧିବେଶନର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ସଂଘର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଆସିକା ଦ୍ୱିତୀୟ ସଂଘର ପୃଷ୍ଟି ଏମ୍.ଲଡୁକିଶୋର ପାତ୍ର, ସଭାନେତ୍ରୀ ଇ.ସନ୍ତୋଷିନୀ ପାତ୍ର, ସଂପାଦିକା ସିଏଚ୍.ରଶ୍ମିତା ପାତ୍ର, କୋଷାଧ୍ୟକ୍ଷା ଏ.ରଂଜିତା ନାୟକ, ଉପଦେଷ୍ଟା କେ.ରଶ୍ମିତା ପାତ୍ର, ସଂଗଠନର ସକ୍ରିୟ ସଦସ୍ୟ ଅରୁଣ ପାତ୍ର, ବାବୁଲା ଚୌଧୁରୀ, ଏ.ଅକ୍ଷୟ କୁମାର ସରାବ, ପି.ତିରୁପତି ପାତ୍ର, କେ.ଦୀପକ କୁମାର ସେନାପତି, ଏ.ବଦ୍ରିନାରାୟଣ ସରାବ, ଏସ୍.ଅଶୋକ କୁମାର ପାତ୍ର, ଶଶୀଭୂଷଣ ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


