ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ହାଟଡିହି (ଓ୍ବାଇଏନଏସ): ମାନବ ସେବା ହିଁ ମାଧବ ସେବା। ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ। ଏ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇପାରୁ ନଥିବାରୁ ସୋସୋ ଅଞ୍ଚଳର ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଅଣ୍ଟା ଭିଡିଛନ୍ତି ମଞ୍ଚର ସଦସ୍ୟ ମାନେ। ଏଥିପାଇଁ ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ପକ୍ଷରୁ ବଉଳା କଲେଜ ସୋସୋ ଠାରେ ଏକ ନିଶୁଳ୍କ ମେଗା ସାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଆନୁଷ୍ଠାନିକ ଭାବେ ବରିଷ୍ଠ ମଞ୍ଚର ପ୍ରାୟୀ ସଭାପତି ପର୍ଶୁରାମ ପେଡା, କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ଦେହୁରୀ, ସମ୍ପାଦକ ମୋହନ କୁମାର ମହାନ୍ତି, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ସଂଯୋଜକ ରମେଶ କୁମାର ସୂଚାର, ବଉଳା ଉଚ୍ଚ ମାଧମିକ ବିଦ୍ୟାଳୟର ଅଧକ୍ଷ ଅଜୟ ଜେନା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଅଧାପକ ଫକିର ଶଙ୍ଖୁଆ, ସଦସ୍ୟ ନରହରି ପାତ୍ର, ଚତୁର୍ଭୁଜ ପହି, ନାରାୟଣ ଲେଙ୍କା, ସୁରଥ ଚନ୍ଦ୍ର ସାହୁ, ନାରାୟଣ ବିଶ୍ଵାଳ ଆଦି ବହୁ ସଦସ୍ୟଙ୍କ ଉପସ୍ଥିତିରେ ଶିବିର ଉଦ୍ଘାଟନ କରାଯାଇଥିଲା । ବରିଷ୍ଠ ମଞ୍ଚ ପକ୍ଷରୁ ଅଭିଜ୍ଞ ଡାକ୍ତରମାନଙ୍କୁ ଉତ୍ତରୀୟ ଓ ପୃଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଏହି ଶିବିରରେ ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ଡାକ୍ତର ଅନିଲ କୁମାର ନାଥ, ଡ.ତାପସ କୁମାର ସାହୁ, ଡ଼.ସନ୍ଦିପ କୁମାର ରାଉତ, ଡ଼.ସତ୍ୟବ୍ରତ ମିଶ୍ର, ଡ଼. ମୃତ୍ୟୁଞ୍ଜୟ ମିଶ୍ର, ଡ଼. ଦେବାଶିଷ ସାମନ୍ତରାୟ, ଡ. ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇ ଥିଲା। ଏହି ଶିବିରରେ ୩୩୫ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମଞ୍ଚର ସଦସ୍ୟ ନାରାୟଣ ଚନ୍ଦ୍ର ରାଉତ, ଶରତ କୁମାର ରାଉତ,ହରମୋହନ ପଣ୍ଡା, ବୃନ୍ଦାବନ ରାଉତ, ଶଙ୍ଖାଳି ଚରଣ ରାଉଳ , ଭୁବନାନନ୍ଦ ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି, ବୈକୁଣ୍ଠ ନାଥ ରାଉତ, ବିନୋଦ ରାଉତ, ସୋସୋ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ବୈଲୋଚନ ନାୟକ, ହଦଗଡ଼ର ପ୍ରାକ୍ତନ ସରପଞ୍ଚ ମଦନ ମୋହନ ନନ୍ଦି, ଶିଳ୍ପପତି ଅଶୋକ ରାଉତ, ଗୋପାଳକୃଷ୍ଣ ରାଉତ, ବସନ୍ତ କୁମାର ଦାସ, ବୃନ୍ଦାବନ ବେହେରା, ଗୋପବନ୍ଧୁ ପାଣିଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ବଉଳା କଲେଜ ସୋସୋର ଛାତ୍ରଛାତ୍ରୀ, ବିବେକାନନ୍ଦ ଯୁବକ ସଂଘର ସଦସ୍ୟ ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ବିଶେଷକରି ଏ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଆସୁଥିବା ବେଳେ ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚର ଏପରି ଅଭିନବ ପ୍ରୟାସ ଲୋକମାନଙ୍କୁ ବେଶ ଉପଯୋଗୀ ହୋଇ ପାରିଛି ବୋଲି ଶିବିରକୁ ଆସିଥିବା ରୋଗୀମାନେ ମତ ପ୍ରକାଶ କରିଛନ୍ତି।


