ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବିଷାକ୍ତ ସାପ କାମୁଡା ରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ନନ୍ଦିପଦା ଥାନା ଅଁରା ଗାଁରେ ନିଜ ଭଉଣୀ ଘରେ ରହୁଥିଲେ ଭଦ୍ରକ ଜିଲ୍ଲା ଗରସଙ୍ଗ ଗାଁର ରବି ମୁଣ୍ଡା ଙ୍କ ନାବାଳିକା ଝିଅ। ଆଜି ସକାଳୁ ଗାଁ ନିକଟସ୍ଥ କେନାଲ କୁ ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାକୁ ବିଷାକ୍ତ ସାପ କାମୁଡି ଦେଇଥିଲା। ତୁରନ୍ତ ପରିବାର ଲୋକେ ପ୍ରଥମେ ଶାଳଣିଆଁ ଓ ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନେଇଯାଇ ଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।


