ସାରଗାଁ ଠାରେ ଅଖିମୁଠି ଅନୁକଳ କଲେ ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ବର (ସରୋଜ ପଣ୍ଡା): ପବିତ ଅକ୍ଷୟ ତୃତୀୟା ଅବସରରେ ସଦର ନିର୍ବାଚନମଣ୍ଡଳୀର ଓଲନ୍ଦା ସାରଗାଁ ପଂଚାୟତ ଅନ୍ତର୍ଗତ ପୋତାଗାଁ ଠାରେ ବିଧାୟକ ମାନସ କୁମାର ଦତ୍ତ ଅଖିମୁଠି ଅନୁକୂଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେଠାରେ ଆୟୋଜିତ ପୂଜା କର୍ମରେ ବିଧାୟକ ଶ୍ରୀ ଦତ୍ତ ଅଂଶଗ୍ରହଣ ସହ ଚାଷୀକୁଳଙ୍କ ନିମନ୍ତେ ମାଟି ମା’ଙ୍କୁ ପ୍ରାର୍ଥନା କରିଥିଲେ। ପରେ ସେ ବିଧି ପୂର୍ବକ ଜମିରେ ହଳ ଲଙ୍ଗଳ ଚଳାଇବା ସହ ବିହନ ବୁଣି ଅଖିମୁଠି ଅନୁକୂଳ କରିଥିଲେ। ପରେ ସ୍ଥାନୀୟ ଚାଷୀକୁଳର ଗୁରୁଜନମାନଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ । ଅକ୍ଷୟ ତୃତୀୟା ଭଳି ପବିତ୍ର ଦିନରେ ରାଜ୍ୟରେ ସ୍ଥାପିତ ଲୋକଙ୍କ ସରକାରର ମୁଖିଆ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଖରିଫ ଋତୁ ପାଇଁ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ହଜାରେ କୋଟିରୁ ଅଧିକ ଟଙ୍କାର ମୁଖ୍ୟମନ୍ତ୍ରୀ କିଷାନ ସହାୟତା ରାଶି ପ୍ରଦାନ କରିବା ବାସ୍ତବିକ ଏକ ଖୁସିର ବିଷୟ ବୋଲି ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ କହିଥିଲେ। ଚଳିତ ଋତୁରେ ଚାଷୀଭାଇମାନଙ୍କ ଜମିରେ ଭଲ ଫସଲ ହେବା ନିମନ୍ତେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ଆରତୀ ଦାସ, ସମିତି ସଭ୍ୟା ରଶ୍ମିତା ନାୟକ, ଗୌରାଙ୍ଗ ଦାସ, ବିଷ୍ଣୁପଦ ପ୍ରଧାନ, ପିତାମ୍ବର ଭୂୟାଁ, ରଘୁନାଥ ପ୍ରଧାନ, କାର୍ତ୍ତୀକ ଶତପଥୀ, ପୀତବାସ ଭୂୟାଁ, ବିରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ