ଦୋବଲ ଜୋନର ମୁକୁନ୍ଦଦେବ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ଜୋନର ଖଡ଼ିପଦା ପଞ୍ଚାୟତ ଅଧିନ କବତେଶ୍ୱର କମ୍ୟୁନିଟୀ କେନ୍ଦ୍ର ପରିସରରେ ମୁକୁନ୍ଦଦେବ ମଣ୍ଡଳର”କାର୍ଯ୍ୟକାରିଣୀ” ବୈଠକ ଅନୁଷ୍ଟିତ ହୋଇଯାଇଛି। ମୁକୁନ୍ଦଦେବ ମଣ୍ଡଳ ସଭାପତି ପ୍ରମୋଦ କୁମାର ସୂତାରଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ବିଜେପି ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଦଳର ସାଙ୍ଗଠନିକ କାର୍ଯ୍ଯକ୍ରମ ପଞ୍ଚାୟତ ର ବୁଥ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ଏବଂ ରାଷ୍ଟ୍ର ହିତ ପାଇଁ ଯାହା ଆବଶ୍ୟକ ନିଜକୁ ନିୟୋଜିତ କରିବେ ବୋଲି ଉପସ୍ଥିତ ନେତା ଓ କର୍ମୀ ମତ ରଖିଥିବା ବେଳେ ପଞ୍ଚାୟତ ସ୍ତରରେ ସମସ୍ତେ ମିଶି ଦଳକୁ ଆହୁରି ଆଗକୁ ନେବା ପାଇଁ ମଣ୍ଡଳ ସଭାପତି ଶ୍ରୀ ସୂତାର ଗୁରୁମନ୍ତ୍ର ଦେଇଛନ୍ତି। ଏଥିରେ ବରିଷ୍ଟ ବିଜେପି ନେତା ଅରବିନ୍ଦ ପତି,ପ୍ରଭାରୀ ଅଜୟ ବଳ,ରାମେଶ ପତି,ଅଶୋକ ପଣ୍ଡା,ସୁବାଷ ନନ୍ଦ,ରଞ୍ଜିତ ମହାନ୍ତି,ଅଜୟ ମଲ୍ଲିକ,କୁଳମଣି ବେହେରା,ପ୍ରଦୀପ ଦାସ,ଭଗବାନ ଦାସ, ବିଶ୍ୱନାଥ ଦାସ, ବିଷ୍ଣୁମୋହନ ମିଶ୍ର, ରମାକାନ୍ତ ବେହେରା, ନିରାକାର ତରେଇ, ଗଜେନ୍ଦ୍ର ମାଝୀ,ରାଜୀବ ମାଝୀ,ସୁଧୀର ଶେଖର ରଥ,ରଞ୍ଜିତ ସାହୁ, ନିରଞ୍ଜନ ଜେନା, ସୁମତି ଖିଲାର, ସେବତୀ ସେଠୀ, ମମତା ବେହେରା,ତିଳୋତ୍ତମା ଜେନା,ଶ୍ରୀକାନ୍ତ ଯେନା,ବିଶ୍ଵନାଥ ଦାସ,ଦିଲୀପ ସାମଲ, ନାରାୟଣ ସାହାଣୀ,ମଳୟ ଘଢେଇ,ମହେଶ୍ୱର ପତି,ପ୍ରଦୀପ ପଣ୍ଡା,ରାକେଶ ପଣ୍ଡା,ମନୋଜ ପଣ୍ଡା,କିଶୋର ପୃଷ୍ଟି, ଅନନ୍ତ ସାହୁ,ବିନୋଦିନୀ ପୋଥାଳ,ଆଶା ରାଉତ,ଭାଗବତ ପୃଷ୍ଟି, ସୁଦାମ ସାହୁ,ଉମାକାନ୍ତ ସାହୁ,ପ୍ରମୋଦ ବେହେରା, ରବୀନ୍ଦ୍ର ସେଠୀ,ଅନୀଲ ଘଡେଇଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।


