ପ୍ରଧାନ ଶିକ୍ଷକଙ୍କ ନାମରେ ଏକାଧିକ ମାମଲା : କାର୍ଯ୍ୟାନୁଷ୍ଠାନ ଦାବି

ଧାମନଗର (ଓ୍ବାଇଏନଏସ) ଧାମନଗର ଏନ ଏ ସି ଅନ୍ତର୍ଗତ ୮ନମ୍ବର ୱାର୍ଡ ଅଧିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜଗତି ଶାମପୁରର ପ୍ରଧାନ ଶିକ୍ଷକ ସେକ ସାମସୁଦ୍ଦିନଙ୍କ ନାମରେ କିଛି ମାସ ପୂର୍ବରୁ ଦୁଇଟି ମାମଲା ବିଚାରଧିନ ଥିବା ସତ୍ଵେ ପୁଣି ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ମୁନତାଜ ଖାଁ-ପିତା ସିକନ୍ଦର ଖାଁ ସା:ବଜାରସାହି ଧାମନଗରଙ୍କ ଅଭିଯୋଗଯେ ପ୍ରଧାନ ଶିକ୍ଷକ ସେକ ସାମସୁଦ୍ଦିନ ଏବଂ ତାଙ୍କ ପାଞ୍ଚ ଜଣ ସହଯୋଗୀ ସଂଘବଧ ଭାବେ ମତେ ରାସ୍ତାରୁ ଟାଣିନେଇ ବେକକୁ ଚାପି ବିଧା ଗୋଇଣ୍ଠା ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ଏହି ଲିଖିତ ଅଭିଯୋଗ କ୍ରମେ ଥାନା କେଶ ନଂ ୨୩୯/ ତା୩୧/୦୫/୨୬ରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଭାବେ ସୁଜିତ ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି। ପୁଲିସ ପକ୍ଷରୁ ଜିଲ୍ଲା ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରାଯିବ ବୋଲି ଆଇଆଇସି ସୁଭ୍ରଜିତ ଦାଶଙ୍କ ଠାରୁ ସୂଚନା ମିଳିଛି। ପ୍ରକାଶ ଥାଉକି ଉକ୍ତ ଶିକ୍ଷକକିଛି ଦିନ ପୂର୍ଵେ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାରେ ଥାନା କେଶ ନଂ ୧୭୪/୨୬ରେ ମାମଲା ରୁଜୁ ହୋଇ କୋର୍ଟରେ ବିଚାରଧିନ ରହିଥିବା ବେଳେ ତଦନ୍ତ ଜାରି ରହିଛି। ସାଧାରଣରେ ପ୍ରଶ୍ନ ଯେ ଜଣେ ସରକାରୀ ଶିକ୍ଷକ ବାରମ୍ବାର ଗଣ୍ଡଗୋଳ କରିବା ସହ ଗୁଣ୍ଡା ଲାଗାଇ ଏବଂ ନିଜେ ମାରପିଟ କରି କେଶ ଉପରେ କେଶ ଖାଉଛନ୍ତି ଯାହାକୁ ନେଇ ଶିକ୍ଷକ ମହଲ ଓ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଦିଗରେ ଜିଲ୍ଲା ଓ ବ୍ଲକ ଶିକ୍ଷା ବିଭାଗ ନିରପେକ୍ଷ ତଦନ୍ତ ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ