ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ହାଟଡିହି,(ଓ୍ବାଇଏନଏସ): ହାଟଡିହି ବ୍ଲକ୍ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଛି| ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ , ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମର ବିକାଶ ହେଲେ ଯାଇ ଦେଶର ବିକାଶ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅତିଥି ମାନେ ପ୍ରଦୀପ ପ୍ରଜ୍ଜଳନ କରି ଏହାକୁ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ବ୍ଲକର କନିଷ୍ଠ ଯନ୍ତ୍ରୀ ହାଡିବନ୍ଧୁ ଟୁଡୁଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରାଯିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ୧୬୮ ଜଣ ହିତାଧିକାରୀଙ୍କୁ ଅନ୍ତୋର୍ଦୟ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଆବାସ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଉଲେଖନୀୟ ସଫଳତା ପାଇଁ ଆକରୁଆ ସରପଞ୍ଚ ହେମଲତା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସଫଳ ଚାଷୀ ଭାବେ ଶିବାନାରା୍ୟଣପୁର ଗ୍ରାମର ଚାଷୀ ପ୍ରଭାକର ଖଣ୍ଡା, ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୮.୬ ମାର୍କ ରଖି ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱୟଂଜିତ ରାଉତ ଓ ନିଜ ପେନସନ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରିଥିବା କାନପୁର ଗ୍ରାମର ଗଙ୍ଗାଧର ରାଉତ ଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମିନତୀ ମହାପାତ୍ର, ତୃପ୍ତିମୟୀ ଜେନା , ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନି, ସରପଞ୍ଚ ମଧୁମିତା ସ୍ୱାଇଁ, ରବୀନ୍ଦ୍ର ଜେନା, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତିଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ | ଏବିଡ଼ିଓ ରଶ୍ମିରେଖା ନାଇକ, ମୁଖ୍ୟ କିରାଣୀ ପ୍ରତାପ ବୈଠା, ଜିପିଡିଓ ଦିବ୍ୟଜ୍ୟୋତି ଦାସ, ସି.ପି ସୁବ୍ରତ କୁମାର ନାୟକ, ଏ.ସି.ପି ପ୍ରଶାନ୍ତ କୁମାର ସେଠୀ, ଜୀବନ ରାଉତ, ବି ଏଫ ଟି ପ୍ରସନ୍ନ କୁମାର ଜେନା, ଦୁଷ୍ମନ୍ତ କୁମାର ମଲ୍ଲିକ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


