ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ମହାଅଭିଯାନ ପ୍ରଶିକ୍ଷଣ ଶିବିର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବାଲିବରେଇ ମଣ୍ଡଳରେ ଆଜି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ମହାଅଭିଯାନ ପ୍ରଶିକ୍ଷଣ ଶିବିର, ଧନୁର୍ଯୟପୁର ପଞ୍ଚାୟତ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ଵର ସାହୁ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଏହି ପ୍ରଶିକ୍ଷଣ ଶିବିର ରେ ବିଜେପି ଇତିହାସ ଓ ବିକାଶ ଉପରେ ଆଲୋଚନା କରିଥିଲେ । ଜନସଂଘରୁ ବିଜେପି ଦୀର୍ଘ ୭୬ ବର୍ଷର ରାଜନୈତିକ ଇତିହାସ ଉପରେ ଆଲୋକପାତ କରିଥିଲେ। ବିଜେପି ସଂଗଠନକୁ ସର୍ବବ୍ୟାପୀ ସର୍ବସ୍ପର୍ଶା କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ମାନେ କାମ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ଆନନ୍ଦପୁର ମୁନିସିପାଲିଟିର ପୂର୍ବତନ ନଗରପାଳ ରାମଚନ୍ଦ୍ର ସାହୁ ଓ ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ବାଲିବରେଇ ମଣ୍ଡଳର ବିଜେପି ସଭାପତି ଶ୍ରୀମତୀ ଟିକି କିସ୍କୁ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ବିଜେପିର ବରିଷ୍ଠ ନେତା  ବିବେକାନନ୍ଦ ରାଉତ, ଉଜ୍ଜଳ କୁମାର ବେହେରା, ସତ୍ୟଜିତ ବେହେରା, ବୈଲୋଚନ ନାୟକ, ରାଜେନ୍ଦ୍ର କୁମାର ରାଉତ, ନାରାୟଣ ସାମଲ, ମଧୁସ୍ମିତା ଜେନା, ଆରତି ସାହୁ, ଶ୍ଵେତପଦ୍ମା ନାୟକ, ଉଷାରାଣୀ ସାହୁ, ଶିଳି ନାୟକ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ