ଜାତୀୟ କ୍ରୀଡ଼ା ଦିବସ: ପୋଲିସ ଡିଜିପିଙ୍କ ଠାରୁ ସମ୍ମାନିତ ହେଲେ ବଡିବିଲଡର ବଲାଲ ଖାନ

ଛତ୍ରପୁର, (ଓ୍ବାଇଏନଏସ): ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଉଛି।   ଏହି ଅବସର ରେ ଆଜି ଗଞ୍ଜାମ ପୋଲିସ ଜିଲ୍ଲାର  କନଷ୍ଟେବଲ  ତଥା  କ୍ରୀଡ଼ାବିତ ଏବଂ ଛତ୍ରପୁର ର ସୁପରିଚିତ ବଡିବିଲଡର ବଲାଲ ଖାନ ଙ୍କୁ ଓଡିଶା ରାଜ୍ୟ ପୋଲିସ ମହାନିର୍ଦେଶକ(ଡିଜିପି)  ଯୋଗେଶ ବାହାଦୂର ଖୁରାନିଆ ସମ୍ମାନିତ କରିବା ସହିତ ମେଡାଲ ଏବଂ ପ୍ରଂଶସା ପତ୍ର ପ୍ରଦାନ କରିଛନ୍ତି, କଟକ ସ୍ଥିତ ଡିଜିପି କାର୍ଯ୍ୟାଳୟ ପରିସର ରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଏହା ପ୍ରଦାନ କରାଯାଇଛି, ୨୦୨୪- ୨୫ ବର୍ଷରେ ଲଖନ ଠାରେ ଆୟୋଜିତ ଅଲ ଇଣ୍ଡିଆ ଲେବଲ ପୋଲିସ ପ୍ରତିଯୋଗିତା ରେ  ଛତ୍ରପୁର ର ବଡିବିଲଡର ବଲାଲ ଖାନ ବେଶ ସଫଳତା ହାସଲ କରିଥିଲେ, ଏହାକୁ ଆଧାର କରି ତାଙ୍କୁ ଆଜି   ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି, ସମ୍ବର୍ଦ୍ଧନା ପାଇବା ପରେ ସେ ଗଞ୍ଜାମ ଏସପି ଙ୍କ  ଠାରୁ ଆରମ୍ଭ କରି ସମସ୍ତ  ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ କ୍ରୀଡ଼ାବିତ  ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି, ଏହା ପୂର୍ବରୁ ସେ ବହୁବାର ବିଭିନ୍ନ ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପୁରସ୍କୃତ ହେବା ସହିତ, ବିଭିନ୍ନ ପ୍ରତିଯୋଗିତା ରେ ନିଜର ଦକ୍ଷତା ଦେଖାଇ  ବେଶ ସଫଳତା ହାସଲ କରି ବିଭିନ୍ନ  ମେଡାଲ ଓ ପଦକ ପାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ