NDA ସାଧାରଣ ନିର୍ବାଚନରେ ସବାଧିକ ସିଟ୍ ଜିତିବ
ପାଟନା ଗାନ୍ଧୀ ମଇଦାନରେ ଆୟୋଜିତ ଏନଡିଏର ବିଜୟ ସଂକଳ୍ପ ରାଲିରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଏହି ସମୟରେ ନୀତିଶ ଲୋକଙ୍କୁ ଅପିଲ କରିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନରେ ପୁଣି ଥରେ କେନ୍ଦ୍ରରେ ମୋଦୀ ସରକାର ହେବା ଉଚିତ୍। ଏମିତି ଲୋକଙ୍କୁ ସରକାର ଗଠନ କରିବାକୁ ସୁଯୋଗ ଦିଅନ୍ତୁ ଯିଏ ସେବାରେ ରୁଚି ରଖୁଥିବେ। ଏହା ସହିତ ନୀତିଶ କହିଛନ୍ତି ଯେ, ଏନଡିଏ ରାଜ୍ୟର ସମସ୍ତ ୪୦ ଲୋକସଭା ସିଟରେ ବିଜୟୀ ହେବ।
ନୀତିଶ କୁମାର ନିଜ ଭାଷଣର ପ୍ରାରମ୍ଭରେ ସହିଦଙ୍କୁ ସ୍ମରଣ କରି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଯେଉଁଭଳି ଭାବେ କାର୍ୟ୍ୟା ନୁଷ୍ଠାନ ହେଉଛି, ସେଥିପାଇଁ ସେନାକୁ ସଲାମ ଓ ପିଏମ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛି। ସେ ପୁଲଓ୍ଵାମା ହମଲା ଓ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ସହିଦ ବିହାରର ସହିଦଙ୍କ ନାମ ନେଇଥିଲେ ଏବଂ ଅଭିନନ୍ଦନ ଜଣାଇଥିଲେ। ନୀତିଶ ଏହା ମଧ୍ୟ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଯେଉଁ ଧରଣର କାର୍ୟ୍ୟାାନୁଷ୍ଠାନ ହେଉଛି ଏବଂ ଯେଉଁଭଳି ୬୦ ଘଣ୍ଟା ଭିତରେ ପାକିସ୍ତାନ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିଲା, ସେଥିପାଇଁ ପିଏମଙ୍କୁ ଅଭିନନ୍ଦନ ଜଣାଉଛି।
ଆତଙ୍କବାଦ ସହ ହେବ ନାହିଁ ସାଲିସ
ବିହାରର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦ ସହ କୌଣସି ପ୍ରକାରର ବୁଝାମଣା ହେବ ନାହିଁ। ସରକାର ଏହା ବିରୋଧରେ କଠୋର କାର୍ୟ୍ୟା ନୁଷ୍ଠାନ ଉଠାଉଛନ୍ତି। ମୋର ପୂରା ଭରସା ରହିଛି ଯେ, କେନ୍ଦ୍ର ସରକାର ଆତଙ୍କବାଦକୁ ମୂଳୋତ୍ପାଟନ କରିବେୱ। ନୀତିଶ କହିଛନ୍ତି ଯେ,ମ ପିଏ ମୋଦୀ କେନ୍ଦ୍ରରେ ରହି ଯେଉଁ କାମ କରିଛନ୍ତି, ଲୋକେ ତାହାର ଚର୍ଚ୍ଚା କରୁଛନ୍ତି। ରାଜ୍ୟର ବିକାଶ ପାଇଁ ସେ ପୁଣି ଥରେ ବିଜେପି ସହିତ ଅଛନ୍ତି ବୋଲି ନୀତିଶ କହିଛନ୍ତି।