ମୃତ ହିତାଧିକାରୀ ଙ୍କ ନାଁରେ ଉଠୁଛି ରାସନ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ପଂଚାୟତ ସମିତି ସଭାଗୃହ ମଧ୍ୟରେ ଶନିବାର ଦିନ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସାମାଜିକ ସମୀକ୍ଷା ରେ ମାଳ ମାଳ ଅଭିଯୋଗ ଓ ଅନିୟମିତତା ଚିତ୍ର ସାମ୍ନାକୁ ଆସିଛି। ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିରରେ ଜଣେ ହେଲେ ବି ଜବକାର୍ଡ ହିତାଧିକାରୀ ଙ୍କୁ ଦେଖିବାକୁ ମିଳିନଥିଲା। କେବଳ ପ୍ରଶାସନିକ ଅଧିକାରୀ, ନିର୍ବାଚିତ କିଛି ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଅଧିକାରିଣୀ ଓ କର୍ମଚାରୀ ଙ୍କ ଉପସ୍ଥିତି ପରିଲିଖିତ ହୋଇଥିଲା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଜିଏସ )ର ବ୍ଲକ ସ୍ତରୀୟ ଅନୁଦାନର ସାମାଜିକ ସମୀକ୍ଷାରେ ସଂରକ୍ଷଣ ବିଭାଗ ଓ ଉଦ୍ୟାନ ବିଭାଗ ସମ୍ପର୍କିତ ଆଲୋଚନା ପ୍ରାରମ୍ଭ ରୁ ହୋଇଥିଲା। ଅସ୍ତରଙ୍ଗ ବ୍ଲକର ୧୫ଗୋଟି ପଂଚାୟତରେ ନିୟୋଜିତ ଥିବା ଭି. ଆର.ପି ମାନଙ୍କ ତଦନ୍ତ ତଥ୍ୟ ଆଧାରରେ ଉଦ୍ୟାନ ବିଭାଗ ତରଫରୁ ପାଟଳଦା ପଂଚାୟତ ସମେତ ଅନ୍ୟ କିଛି ପଂଚାୟତରେ ଲାଗିଥିବା ନଡ଼ିଆ ଗଛ ନାହିଁ, ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଉଦ୍ୟାନ ବିଭାଗ ଅଧିକାରୀ ଯୁଗଲ କିଶୋର ବାର୍ଲା ଙ୍କୁ ପଚାରିବାରୁ ବିଭିନ୍ନ ବାହାନା ଦେଖାଇବା ସହ ନଡ଼ିଆ ଗଛ ସମ୍ପୂର୍ଣ୍ଣ ମରିଯାଇଛି, ସେଥିପାଇଁ କୌଣସି ଗଛ ନାହିଁ।ଯାହାକୁ ନେଇ ଶ୍ରୀ ମହାପାତ୍ର ଉଦ୍ୟାନ ବିଭାଗ ଅଧିକାରୀ ଙ୍କୁ କଡା ତାଗିଦ କରିବା ସହ ନିଜ ପାଣ୍ଠିରୁ ଖର୍ଚ୍ଚ କରି ଗଛ ଲଗାଇବା ନିର୍ଦ୍ଧେଶ ଦେଇଥିଲେ। ଏହା ସହ ବିଡ଼ିଓ ସୁଶ୍ରୀ ସସ୍ମିତା ବେହେରା ଙ୍କୁ ଉଦ୍ୟାନ ବିଭାଗ ହୋଇଥିବା ନଡ଼ିଆ ଗଛ ରୋପଣ ମନରେଗା କାର୍ଯ୍ୟ ଯାଞ୍ଚ କରିବା ସହ ସାତ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ। ସେହିପରି ସରିପୁର ପଂଚାୟତ ବିଭିନ୍ନ ସ୍ଥାନରେ ମନରେଗା ରେ କାମ ହୋଇଥିବା ବେଳେ ଅନେକ ସ୍ଥାନରେ ଫଳକ ନଥିବାରୁ ତୁରନ୍ତ ୭ଦିନ ମଧ୍ୟରେ ଫଳକ ଲଗାଇବାକୁ ନିର୍ଦ୍ଧେଶ ଦିଆଯାଇଥିଲା। ନଗର ଗ୍ରାମ ପଂଚାୟତରେ ଅଙ୍ଗନବାଡି କାମ ସହ ବିଭିନ୍ନ କାମ ହୋଇଥିବା ଫଳକ ନଥିବାରୁ ଅତିରିକ୍ତ ଜିଲ୍ଲାପାଳ ନଗର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପ୍ରଶ୍ନ କରିବାରୁ ବିଭାଗୀୟ ଅଧିକାରିଣୀ ଉତ୍ତର ରଖିଥିଲେ ନୂଆ ଚାର୍ଜରେ ରହିଛନ୍ତି। ଯାହାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ବିଡ଼ିଓ ଙ୍କୁ ନିର୍ଦ୍ଧେଶ ଦେଇଥିଲେ ପୂର୍ବରୁ ଥିବା ରବୀନ୍ଦ୍ର ମହାପାତ୍ର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିବା ସହ ୧୫ଦିନ ମଧ୍ୟରେ କେଉଁ କାର୍ଯ୍ୟରେ କେତେ ଅର୍ଥ ଖର୍ଚ୍ଚ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ଦାଖଲ କରିବାକୁ। ମାଣ୍ଡୁକି ପଂଚାୟତ ରେ ନଡ଼ିଆ ଗଛ ଲାଗିଥିଲେ ମଧ୍ୟ କୌଣସି ଗଛ ନାହିଁ ବୋଲି ପ୍ରଶ୍ନ ହୋଇଥିବା ବେଳେ ତାହାର ଉତ୍ତର ରଖି ପାରିନଥିଲେ ବିଭାଗୀୟ ଅଧିକାରୀ। ଆଳସାହି ପଂଚାୟତରେ ହୋଇଥିବା ଅମୃତ ସରୋବର (୨୦୨୨-୨୩)କାର୍ଯ୍ୟ ନ ହୋଇ ୭ଲକ୍ଷ ଟଙ୍କା ବିଲ ହୋଇଥିବା ବେଳେ ଏହାର ଉତ୍ତର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଦେଇ ପାରିନଥିଲେ ଯାହାକି ୧ମାସର ସମୟ ମହଲତ ନେଇଥିଲେ। ନଚେତ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବେ, ନଚେତ ଆଇନି ଅନୁଯାୟୀ ଅର୍ଥ ତୋଷରପାତ ଅଭିଯୋଗରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଧେଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର। ତାଳଦା, ଝାଡ଼ଲିଙ୍ଗ, ଆଳଙ୍ଗପୁର ପଂଚାୟତରେ ହୋଇଥିବା ମନରେଗା କାର୍ଯ୍ୟର ରେକର୍ଡ ଦେଖାଇ ପାରିନଥିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯାହାକୁ ନେଇ କଡା ତାଗିଦ କରିବା ସହ ୭ଦିନ ମଧ୍ୟରେ ରେକର୍ଡ ଦାଖଲ ପାଈଁ ନିର୍ଦ୍ଧେଶ ଦିଆଯାଇଥିଲା। ଆଳଙ୍ଗପୁର ପଂଚାୟତ ହୋଇଥିବା ମନରେଗା କାର୍ଯ୍ୟର ମଷ୍ଟର ରୋଲ ଦର୍ଶାଇ ପାରିନଥିଲେ ଯାହାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କଡା ତାଗିଦ କରିଥିଲେ।ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନିରେ ଅନିୟମିତତା ସାମ୍ନାକୁ ଆସିଛି।ସେହିପରି ଗରିବ ଲୋକଙ୍କ ପାଈଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନିରେ ଆସୁଥିବା ଚାଉଳ କୁ ମୃତ ବ୍ୟକ୍ତିଙ୍କ ନାମରେ ଉଠାଯାଇଛି, ତାହା ସମସ୍ତ ଙ୍କୁ ଚକିତ କରିଛି। ସରିପୁର, ଶିଶୁଅ ସମେତ ଅନ୍ୟ ଡିଲର ମାନେ ନିଜ ରେକର୍ଡ ପ୍ରଦାନ କରିନଥିଲେ। ଏହା ସହିତ ତିନିଜଣ ଯୋଗାଣ ସହାୟକ ସମୀକ୍ଷା ଟିମ୍ କୁ ତଦନ୍ତରେ ସହଯୋଗ କରିନଥିବାରୁ ଅତିରିକ୍ତ ଜିଲ୍ଲାପାଳ ଉକ୍ତ ଯୋଗାଣ ସହାୟକ ଙ୍କୁ ଭଶ୍ଚନା କରିଥିଲେ। ଯାହା କିଛି ରେକର୍ଡ ପ୍ରଦାନ କରିଥିଲେ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ସାମଗ୍ରୀ ଲୁଟ ହୋଇଛି। ଏହାର ଉପଯୁକ୍ତ ତଦନ୍ତ କରିବାପାଈଁ ଏକ ୩ ଜଣିଆ ଟିମ୍ (ତହସିଲଦାର, ଯୋଗାଣ ନିରୀକ୍ଷକ, ପୋଲିସ ଏ ଏସ ଆଇ )ପରିଦର୍ଶନ କରି ସମୀକ୍ଷା କରିବେ। ଯୋଗାଣ ସହାୟକ ଙ୍କ ଏଭଳି ଦୁର୍ନୀତି ହେତୁ ବ୍ଲକ ଯୋଗାଣ ଅଧିକାରୀ ଙ୍କୁ କଡା ତାଗିଦ କରିଥିଲେ। ବିଭିନ୍ନ ପଂଚାୟତ ରେ ମନରେଗା ହେଉ ଅବା ରାସନରେ ସବୁଠି ଅନିୟମିତତା ଛାପ ଜନଶୁଣାଣିରେ ଦେଖିବାକୁ ମିଳିଥିଲା। କେଉଁଠି କାର୍ଯ୍ୟ ଶେଷ ପରେ ବି ଫଳକ ଲାଗିନି ତ ଆଉ କେଉଁଠି ଜବକାର୍ଡ ହିତାଧିକାରୀ ଙ୍କ ଦସ୍ତଖତ ନ କରି ଟଙ୍କା ଉଠିଛି। ମନରେଗା ପ୍ରକଳ୍ପ ଗୁଡିକରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଏହାକୁ ଲୁଚାଇବାକୁ ଜବକାର୍ଡଧାରୀ ଙ୍କୁ ସୂଚନା ଦିଆଯାଇନଥିବା ଚର୍ଚ୍ଚା ହେଉଛି। ସବୁଠି ଦୁର୍ନୀତି ଜଳଜଳ ହୋଇ ଦିଶୁଛି। ମଷ୍ଟର ରୋଲରେ ଜବକାର୍ଡଧାରୀ ଙ୍କ ଦସ୍ତଖତ ନ କରି ଟଙ୍କା ଉଠିଛି। ବିଭିନ୍ନ ପଂଚାୟତ ରେ ଯୋଗାଣ ସହାୟକ ମାନେ ଠିକ ଭାବେ ରେକର୍ଡ ପ୍ରଦାନ କରିନଥିଲେ। ଏଭଳି ଅବ୍ୟବସ୍ଥାକୁ ନେଇ ଖପ୍ପା ହୋଇଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର। ରାସନ ବଣ୍ଟନ ସ୍ୱଛତା ଆଣିବା, ମୃତବ୍ୟକ୍ତି ଙ୍କୁ ବାଦ ଦେବା ସହ ୩ ଜଣିଆ ଟିମ୍ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ। ଏହି ବୈଠକ ରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵସ )ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ଅଧକ୍ଷା ଆରତୀ ନାଏକ, ବିଡ଼ିଓ ସୁଶ୍ରୀ ସସ୍ମିତା ବେହେରା, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ବ୍ଲକ ଉପାଧକ୍ଷ ଦୃଜୟ ମିଶ୍ର, ସହକାରୀ ଯନ୍ତ୍ରୀ ସନ୍ତୋଷ ସେଠୀ, ଏପିଓ ଇତିଶ୍ରୀ ନାୟକ ପ୍ରମୁଖ ସମେତ ବିଭିନ୍ନ ଲାଇନି ଡିପାର୍ଟମେଣ୍ଟ ଅଧିକାରୀ, ଅଧିକାରିଣୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ