ସିପିଆଇର ବାଲେଶ୍ୱର ଜିଲ୍ଲା ପରିଷଦ ବୈଠକ

ବାଲେଶ୍ୱର(ସରୋଜ ପଣ୍ଡା) : ତା୧୨-୭: ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ବାଲେଶ୍ୱର ଜିଲ୍ଲା ପରିଷଦ ବୈଠକ ଓଡ଼ିଶା ଉଠା ଜଳସେଚନ କର୍ମଚାରୀ ସଂଘ ସମ୍ମିଳନୀ କକ୍ଷରେ ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସମ୍ପାଦକ ଭାଗବତ ପ୍ରତିହାରୀ ବିବରଣୀ ଉପସ୍ଥାପନ କରି ଜିଲ୍ଲାରେ ସରକାରୀ ଦୁର୍ନୀତି, ଭ୍ରଷ୍ଟାଚାର, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, କଳକାରଖାନା ବନ୍ଦ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ଜୀବନ ରକ୍ଷାକାରୀ ଔଷଧ, ପେଟ୍ରୋଲିୟମ୍ ସମେତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି, ଉତ୍କଟ ବେରୋଜଗାରୀ, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ଶ୍ରମ କୋଡ୍ ନାମରେ ଶ୍ରମିକ ଶୋଷଣ, ଏମ୍‌ଏସପି ର ଆଇନଗତ ଗ୍ୟାରେଣ୍ଟି ନଦେଇ କୃଷକଙ୍କ କୃଷି ଉତ୍ପାଦନକୁ ଲାଭଖୋର ବେପାରୀମାନେ ଅଭାବି ଦାମ ଦେଇ ଲୁଣ୍ଠନ କରୁଛନ୍ତି, ଦେଶର ସମସ୍ତ ସମ୍ବଳ ଓ ଲାଭଜନକ ଉଦ୍ୟୋଗ ମୁଷ୍ଟିମେୟ ରାହୁ ପୁଞ୍ଜିପତିଙ୍କୁ ସମର୍ପଣ କରି ଦେଶକୁ ଅର୍ଥନୈତିକ ଦେବାଳିଆ ଅବସ୍ଥାକୁ ଠେଲି ଦେଇଛନ୍ତି। ଜନଗଣଙ୍କ ପ୍ରତିବାଦକୁ ବିଭାଜିତ କରିବା ପାଇଁ ବିଜେପି ସରକାର ସାମ୍ପ୍ରଦାୟିକ, ଜାତିଆଣ ବିଦ୍ୱେଷ, ଘୃଣା, ଆତଙ୍କ, ହିଂସା, ଭିଡ଼ ହତ୍ୟାର ଆତଙ୍କ ଖେଳାଉଛନ୍ତି। ଗତ ସାଧାରଣ ନିର୍ବାଚନରେ ଭୋଟଦାନର ସଂଖ୍ୟା ଠାରୁ ଭୋଟ ଗଣତିରେ ଭୋଟ ସଂଖ୍ୟା ଅଧିକ ହେବା – ଇଭିଏମ୍‌ର ଅପବ୍ୟବହାର ମାଧ୍ୟମରେ କରାଯାଇଥିବା, ସମଗ୍ର ଦେଶରେ ଆଦିବାସୀ, ଦଳିତ ଓ କୃଷକଙ୍କୁ ତାଙ୍କ ଭିଟାମାଟିରୁ ବିସ୍ଥାପନ କରି ରାହୁ ପୁଞ୍ଜିପତି ମାନଙ୍କର ନୂଆ ନୂଆ ଉପନିବେଶ ସୃଷ୍ଟି କରାଯାଉଛି। “ବହୁତ ହୋଇଗଲା ତାଙ୍କ ଅତ୍ୟାଚାର- ଆଉ ନୁହେଁ – ଶାସନ ପରିବର୍ତ୍ତନ ଜରୁରୀ’ । ଏହି ପରିବର୍ତ୍ତନ ପାଇଁ ସିପିଆଇ ପକ୍ଷରୁ ଅଗଷ୍ଟ ୬ ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁ, ସାହି ଓ ପଡ଼ାରେ ଜନସମ୍ପର୍କ ପଦଯାତ୍ରା, “୧ ସେପ୍ଟେମ୍ୱର ଦିଲ୍ଲୀ ଚାଲ – ପରିବର୍ତ୍ତନ ଜରୁରୀ ମହାସମାବେଶ’ ରାମଲିଳା ମଇଦାନ ରେ ଅନୁଷ୍ଠିତ ହେଉଥିବାରୁ ଏହାର ସଫଳତା ପାଇଁ ଡଃ ମିଶ୍ର ଆହ୍ୱାନ ଦେଇଥିଲେ। ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ ଏହି ସମସ୍ତ କାର୍ଯ୍ୟ ସୁପରିଚାଳନା ପାଇଁ ଜୋନ ସ୍ତରରେ ସାଧାରଣ ସଭା, ଜୁଲାଇ ମାସ ମଧ୍ୟରେ ଶେଷ କରି ଜନସମ୍ପର୍କ ପଦଯାତ୍ରା ସଫଳ କରିବା ସହବାଲେଶ୍ୱର ଜିଲ୍ଲାରୁ ପୁରୁଷ ଓ ମହିଳା ମିଶି ଅନ୍ୟୁନ ଏକ ହଜାର ଲୋକ ଦିଲ୍ଲୀ ଚାଲ ପରିବର୍ତ୍ତନ ଜରୁରୀ ଅଭିଯାନରେ ପାର୍ଟିର ପ୍ରତ୍ୟେକ ସଦସ୍ୟ ଓ ସମର୍ଥକ ଅଂଶଗ୍ରହଣ କରିବେ ବୋଲି ସେ ସୂଚନା ଦେଇଥିଲେ। ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ନିରଞ୍ଜନ ବାରିକ, ଜିଲ୍ଲା କମିଟିର ଶ୍ୟାମସୁନ୍ଦର ଜେନା, ମାୟାଧର ନାୟକ, ଆଶୁତୋଷ ପରିଡ଼ା, ମାନସ ମହାପାତ୍ର, ଶଶୀକାନ୍ତ ପଣ୍ଡା, ଯତିନ ପାତ୍ର, ଆରତୀ ଦାଶମହାପାତ୍ର, ବନ୍ଦନା ପାତ୍ର, ଭରତ ଚନ୍ଦ୍ର ସେଠୀ, ନିରଞ୍ଜନ ପରିଡ଼ା, ଜଗନ୍ନାଥ ବେହେରା, ଜଗନ୍ନାଥ ବିଶ୍ୱାଳ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଶେଷରେ ମନ୍ମଥ ପରିଡ଼ା ଧନ୍ୟବାଦ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ