ବିବେକାନନ୍ଦ ପବ୍ଲିକ ସ୍କୁଲରେ ଓଆରଏସ ସପ୍ତାହ

ଛତ୍ରପୁର, (ଓ୍ବାଇଏନଏସ):   ସ୍ଥାନୀୟ ସାଇବିହାର ସ୍ଥିତ  ବିବେକାନନ୍ଦ ପବ୍ଲିକ ସ୍କୁଲରେ   ଓ.ଆର.ଏସ  ସପ୍ତାହ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ  ଶିଶୁ ରୋଗ ବିଶେଷଜ୍ଞ ସଂଗଠନ ର ଗଞ୍ଜାମ ଜ଼ିଲ୍ଲା ସମ୍ପାଦକ ଡାକ୍ତର ନିକୁଞ୍ଜ ବିହାରୀ ଦାଶ ଅଧ୍ୟକ୍ଷତା କରିଥିବାବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡାକ୍ତର ଅଲେଖ ପ୍ରଧାନ  ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ସଚେତନତା ଓ ମନ୍ତବ୍ୟ ପ୍ରଦାନ କରିଥିଲେ | ଶେଷରେ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧିର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଵାବକ ବୃନ୍ଦ  ଉପସ୍ଥିତ ଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ