ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡ଼ାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମାଜସେବୀ ସେକ ଜଲାଲୁଦ୍ଦିନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଓଷ୍ଟାର ପୂର୍ବତନ ସଭାପତି ନାରାୟଣ ଚନ୍ଦ୍ର ସାମଲ, ମୁଖ୍ୟ ବକ୍ତା ଭାବେ ବ୍ଲକ ଓଷ୍ଟା ସଭାପତି ଶ୍ରୀକାନ୍ତ କୁମାର ପଣ୍ଡା, ବିଶିଷ୍ଟ ଅତିଥି ଭାବେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସେକ ୟାକତ ଅଲ୍ଲୀ, ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ପୃଷ୍ଟି, ବ୍ଲକ ଓଷ୍ଟା ସମ୍ପାଦକ ସନ୍ତୋଷ କୁମାର ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି, ସେକ ସଲିମ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି ଉଦ୍ଦେଶ୍ୟ ଜ୍ଞ୍ୟାପନ, ଶିକ୍ଷକ ଅରୁଣ କୁମାର ବାରିକ ଅତିଥି ପରିଚୟ, ଶିକ୍ଷକ ହେମନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ଏଥିସହ ଅବସରପ୍ରାପ୍ତ ଶିକ୍ଷକ ସୁଧାଂଶୁ ଶେଖର ମହାନ୍ତିଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଜାହାରୁଦ୍ଦିନ ସାହାଜୀ, ରମାକାନ୍ତ ଜେନା, ପ୍ରଫୁଲ୍ଲ ଜେନା, ସେକ ସାବୀର, ସେକ ରିହାଜ ଅଲ୍ଲୀ, କର୍ମଚାରୀ ଶରତ ସାହୁ, ବୁଦ୍ଧିରାମ ସାହୁ, ନିଜାମୁଦ୍ଦିନ ଖାଁଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l


