ଉତ୍କଳୀୟ ମାଲ ସମାଜର ବାର୍ଷିକ ମହାସଭା

ବୁଗୁଡ଼ା(ଅନୀଲ କୁମାର ମହାରଣା) : ଉତ୍କଳୀୟ ମାଲ ସମାଜ ପକ୍ଷରୁ ଚଳିତ ବର୍ଷର ବାର୍ଷିକ ମହାସଭା ବେଲଗୁଣ୍ଠା ମାଲସାହି ସ୍ଥିତ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ସମାଜର କେନ୍ଦ୍ରୀୟ ସଭାପତି ଇଂ. ବିପ୍ର ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚଶହ ପରିବାରକୁ ନେଇ ରେଜିଷ୍ଟ୍ରିଭୁକ୍ତ ଏହି ସମାଜର ସାଧାରଣ ସଭାରେ ଅତିଥି ଭାବେ ଉପଦେଷ୍ଟା ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ଭଞ୍ଜନଗର ର ରଘୁନାଥ ପାତ୍ର , ଉପସଭାପତି ପ୍ରଦୀପ କୁମାର ପାତ୍ର, ସମ୍ପାଦକ ସୁଦର୍ଶନ ପାତ୍ର, କୋଷାଧ୍ୟକ୍ଷ ବିଜୟ କୁମାର ପାତ୍ର ଯୋଗଦେଇ ବାର ମଣ୍ଡଳର ସଭାପତି ଓ କାର୍ଯ୍ୟକାରୀ ସଦସ୍ଯଙ୍କ ଗହଣରେ ସମାଜର ବିଭିନ୍ନ ୧୫ଟି ପରିବାରିକ ସମସ୍ୟାର ସମାଧାନ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ଯ ଓ ଅନ୍ଧବିଶ୍ୱାସ ସମ୍ପର୍କିତ ସଚେତନତା କରାଥିଲା। ତିନୋଗୋଟି ପରିବାରର ଛାଡପତ୍ର ବିଷୟ ସମାଧାନ କରି ସେମାନଙ୍କୁ ପୁନଃ ପରିବାର ଗଠନର ସୁଯୋଗ ଦିଆଯାଇଥିଲା। ସମାଜର ପ୍ରତିଭା ଧାରୀ ବ୍ଯକ୍ତି ବିଶେଷ ଓ ଛାତ୍ରଛାତ୍ରୀଙ୍କୁ ସମାଜ ପକ୍ଷରୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଦ୍ବିତୀୟ ପର୍ଯ୍ୟାୟରେ ବିନୋଦ କୁମାର ପାତ୍ର ଓ ଭୁବନେଶ୍ୱର ର ବିଜୟ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇ ତିନିବର୍ଷ ପାଇଁ ସଭାପତି ଭାବେ ଇଞ୍ଜିନିୟର ବିପ୍ର ଚରଣ ପାତ୍ର, ଉପସଭାପତି ଭାବେ ପ୍ରଦୀପ କୁମାର ପାତ୍ର, ସମ୍ପାଦକ ଭାବେ ସୁଦର୍ଶନ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ପାତ୍ର ପୁନଃ ନିର୍ବାଚିତ ହୋଇଥିଲେ। ଶେଷରେ ବେଲଗୁଣ୍ଠା ମୁଠା ସଭାପତି କାହ୍ନୁ ଚରଣ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ