ଅଭିଭାବକ ଶିକ୍ଷକ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ଅଧିନ ବାଲୁକେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଚଳିତ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ  ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସିଆରସିସି ସନ୍ତୋଷ କୁମାର ମଲ୍ଲିକ, ଶିକ୍ଷାବିତ୍ ପଦ୍ମନାଭ ବିନ୍ଧାଣୀ ଯୋଗ ଦେଇ  କେବଳ ବିଦ୍ୟାଳୟ ଓ ଶିକ୍ଷକଙ୍କ ଉଦ୍ୟମରେ ଜଣେ ଶିଶୁର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶ ସମ୍ଭବ ନୁହେଁ। ଏଥିପାଇଁ ଅଭିଭାବକମାନଙ୍କ ସକ୍ରିୟ ଭାଗିଦାରୀ ଓ ସହଯୋଗ ଅପରିହାର୍ଯ୍ୟ ବୋଲି କହିଥିଲେ l ବୈଠକରେ ଗୁଣାତ୍ମକ ଶିକ୍ଷାଦାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ଗୃହକାର୍ଯ୍ୟ ଅନୁଧ୍ୟାନ, ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଏବଂ ବିଦ୍ୟାଳୟର ସ୍ୱଚ୍ଛତା ସମ୍ପର୍କରେ ଆଲୋଚନା ହୋଇଥିଲା। ଅଭିଭାବକମାନେ ନିଜ ନିଜର ସୁଚିନ୍ତିତ ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ। ଏଥିରେ  ଶିକ୍ଷୟିତ୍ରୀ ପୁଷ୍ପଲତା ଶଙ୍ଖୁଆ, ହରପ୍ରିୟା ଦେହୁରୀ, ମୋନାଲିସା ନାୟକ, ମହେଶ୍ୱତା ମଲ୍ଲିକ, ଶିକ୍ଷକ ଦେବବ୍ରତ ପାଢ଼ୀ, ରଶ୍ମିରଞ୍ଜନ ସାହୁ, ଦିବାକର ଭଞ୍ଜ, ସୁଧୀର କୁମାର ସାହୁ, ଶିଶୁସେବିକା ଦୀପାଞ୍ଜଳି ମଲ୍ଲିକ, ପାଚିକା ସତ୍ୟଭାମା ସାହୁଙ୍କ ସମେତ ଅଭିଭାବକ, ଅଭିଭାବିକା ମାନେ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ