70 ଲକ୍ଷର ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ ଜବତ କଲା ପୋଲିସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପୁଲିସ ପୁଣି 70 ଟଙ୍କାରୁ ଉର୍ଦ୍ଧ ଟଙ୍କାର ଚୋରା ଗଞ୍ଜେଇକୁ ଜବତ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ,ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏହି ଜିଲ୍ଲାର ଅଡ଼ବା ଥାନା ଗରର୍ଡ଼ମା ପଞ୍ଚାୟତର ବାଲିକୁଡି ଗ୍ରାମ ନିକଟରେ ଚଢ଼ଉ କରି ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛନ୍ତି. ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି। ସୂଚନା ପ୍ରକାରେ ଶୁକ୍ରବାର ବାଲିକୁଡ଼ି ଅଞ୍ଚଳରେ ଅଡ଼ବା ପୁଲିସର ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଏହି ଗାଁ ନିକଟରେ ଥିବା ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ପୁଲିସ ଦେଖିବାକୁ ପାଇଥିଲା। ଏହାକୁ ଯାଞ୍ଚ କରିବା ପରେ ଏଥିରେ 7 କ୍ଵିଣ୍ଟାଲ 5 କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା. ଏହି ଗଞ୍ଜେଇ ଜବତ ମାମଲାରେ କାହାକୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଏସଡିପିଓ ଆର. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ତତ୍ୱାବଧାନରେ ଏହି ଚଢାଉ କରାଯାଇଥିଲା.


