ଜାତୀୟ ପଂଚାୟତିରାଜ ଦିବସ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ଯ ଅତିଥି ତଥା ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ,ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ,ଗୋଷାଣି ବ୍ଲକର ଅଧ୍ଯକ୍ଷ ଏନ୍.ବିରରାଜୁ,ବିଡିଓ ଗୋରାଚାନ୍ଦ ପଟ୍ଟନାୟକ,ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ କାମଦେବ ଗଡନାଏକ,ଉପାଧ୍ୟକ୍ଷା ପଂକଜିନି ଦଳାଇ,ଜିଲ୍ଲା ପରିଷଦର ସଦସ୍ଯ ଏସ୍.ବାଲରାଜୁ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ। ବକ୍ତାମାନେ ୧୯୯୨ ମସିହା ଏପ୍ରିଲ ୨୪ ତାରିଖରେ ଅନୁମୋଦିତ ୭୩ତମ ସମ୍ୱିଧାନ ସଂଶୋଧନ ଉପରେ ବିଶ୍ଳେଷଣ କରିଥିଲେ। ତ୍ରିସ୍ତରୀୟ ପଂଚାୟତିରାଜ ବ୍ଯବସ୍ଥାର ସମୀକରଣକୁ ପ୍ରାଂଜଳ ଭାବେ ବୁଝାଇଥିଲେ।ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ପଂଚାୟତ ପ୍ରତିନିଧିଂକ ଭୂମିକା ସ୍ୱଚ୍ଛତା ଓ ଉତ୍ତରଦାୟିତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା ବ୍ୟକ୍ତି ମାନଂକୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିରେ ବିଭିନ୍ନ ଯୋଜନାକୁ ସଫଳ ଭାବେ ରୂପାୟନ କରିଥିବା ଗୋଷାଣି ବ୍ଲକର ଉପଲଡା ପଂଚାୟତକୁ ତିନୋଟି ପୁରସ୍କାର ମିଳିଥିଲା।ଏହି ପଂଚାୟତର ସରପଂଚ ଡି. ତ୍ରିଭେଣୀଂକୁ ଅତିଥି ମାନେ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓଏଲଏମ ଡିପିଏମ ଟିମନ ବୋରା,ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଂଗରାଜ ତଥା ଅନ୍ୟାନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ମୋହନ ପଟ୍ଟନାୟକ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ