ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ପ୍ରସ୍ତୁତି ଶେଷ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞ ନିମନ୍ତେ  ପ୍ରସ୍ତୁତି ଶେଷ ହୋଇଛି।ଉକ୍ତ ମହୋତ୍ସବ ଅବସରରେ  ଶୈବପୀଠ ପରିସରରେ ନବନିର୍ମିତ ଶ୍ରୀ ବିଘ୍ନ ବିନାଶାୟ ଗଣେଷ ଏବଂ ଶ୍ରୀରାମଦୂତ ହନୁମାନ ଙ୍କ ପ୍ରାସାଦ ପ୍ରତିଷ୍ଠା କରାଯିବ। ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ ଙ୍କ ପୋରୋହିତ୍ୟ ରେ ରବିବାର ଜ୍ୟେଷ୍ଠ ଶୁକ୍ଳ ନବମୀ ତିଥି  ଠାରୁ ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ତିଥି ୨୮ ତାରିଖ ଗୁରୁବାର ଯାଏଁ ୫ ଦିନ ବ୍ୟାପୀ ଏହି ମହାଯଜ୍ଞ ଆୟୋଜନ କରାଯିବ। ରବିବାର ସକାଳେ ଦୀକ୍ଷାଗ୍ରହଣ, କଳସ ଜଳଯାତ୍ରା, ବନଯାଗ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ମହାଯଜ୍ଞ ସ୍ଥଳରେ ଅଙ୍କୁରାରୋପଣ କରାଯିବ।ସୋମବାର କର୍ମାରମ୍ଭ,ବ୍ରାହ୍ମଣ ବରଣ,ସାଲା ସଂସ୍କାର ପରେ ନାମଯଜ୍ଞ ଶୁଭାରମ୍ଭ ପରେ ଯଜ୍ଞକୁଣ୍ଡ ରେ ଘୃତାଗ୍ନି ସଂଯୋଗ କରାଯାଇ ମହାଯଜ୍ଞ ଶୁଭାରମ୍ଭ କରାଯିବ।   ଶୈବପୀଠ ପରିସରରେ ଆୟୋଜିତ  ମହାଯଜ୍ଞ ରେ ଦିଗପହଣ୍ଡି ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳ ରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ କୁ ଦୃଷ୍ଟିରେ ରଖି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ସଭାପତି ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଜଣାଇଛନ୍ତି। ଉପ ସଭାପତି  ବସନ୍ତ ପଟ୍ଟନାୟକ,କେ. ତାରକେଶ୍ୱର ଦୋରା,ଏସ.ଗାନ୍ଧୀ,ସୁଶାନ୍ତ ପ୍ରଧାନ,ସମ୍ପାଦକ ଭାବେ ସୁରେନ୍ଦ୍ର ବିଷୋୟୀ, ସହ-ସମ୍ପାଦକ  ବିପ୍ର ସେଠୀ,ନିରାକାର ପ୍ରଧାନ,ହର୍ଷ ପ୍ରଧାନ ଏବଂ କୋଷାଧ୍ୟକ୍ଷ  କୋରେଶୁ ସେଠୀ, ଉପଦେଷ୍ଟା ପୂର୍ବତନ ଏନଏସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ, ପ୍ରମୋଦ ପାଣିଗ୍ରାହୀ, ଭି.ଧର୍ମ ରାଜୁ,ରାମନାଥ ବିଷୋୟୀ, କାଉନସିଲର ଦୀପକ ମିଶ୍ର,ନୀଳମାଧବ ଗୌଡ଼, ବିଚିତ୍ରାନନ୍ଦ ପଟ୍ଟନାୟକ, କେ.କୁନା,ଅର୍ଦ୍ଦୁ.ଗୋବିନ୍ଦ, ଭଗବାନ ଦୋରା ଙ୍କ ସମେତ ମୁଖ୍ୟ ଉଦ୍ୟୋକ୍ତା ଅମ୍ବିକା ପ୍ରସାଦ ସେଠୀ,ଶାନ୍ତି ମିଶ୍ର, ପ୍ରଦୀପ ପଣ୍ଡା, ଆଶିଷ  ପଟ୍ଟନାୟକ,ଶଙ୍କର ପାଢ଼ୀ, ଯୁଧିଷ୍ଠିର ଦୋରା,ଆକୁଳ ସ୍ବାଇଁ,ସନ୍ତୋଷ ପାତ୍ର,କ୍ଷେତ୍ରବାସୀ ପ୍ରଧାନ,ପଞ୍ଚାନନ ସ୍ବାଇଁ ଏବଂ ଦିଗପହଣ୍ଡି ସହର ସମେତ କୁଶପଡ଼ା, ପତାଣ୍ଡ ,ରାଜପୁର, ଆଙ୍କୋରଡ଼ା,ଚାଞ୍ଚଡାପଲ୍ଲୀ,ନବରଙ୍ଗପୁର ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଯଜ୍ଞ ପରିଚାଳନା କମିଟି ସଦସ୍ୟ ଓ ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାର ବିଭିନ୍ନ ଦାୟିତ୍ୱରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ