ଅରିନ୍ଦମଙ୍କ ବିରୋଧରେ ପୁଣି ଗର୍ଜିଲେ ସାମ୍ବାଦିକ

କଟକ (ଓ୍ବାଇଏନଏସ): ବିଜେପି ନେତା ଅରିନ୍ଦମ ରାୟ ଓ ଅଭୟ ବାରିକଙ୍କ ଦବଙ୍ଗଗିରୀ ଘଟଣାର ଭିଡିଓ ଗଣମାଧ୍ୟମରେ ପ୍ରସାରଣ ଓ ଖବରକାଗଜରେ ମୁଦ୍ରଣ ହେବା ପରେ ଅରିନ୍ଦମ ସାମ୍ବାଦିକ ମାନଙ୍କୁ ଅତି କଦର୍ଯ୍ୟ ଅପମାନ ଜନକ ଭାଷାରେ ଫେସବୁକରେ ମନ୍ତବ୍ୟ ଦେଇଥିଲେ। ଉକ୍ତ ଭିଡିଓଟି ଭାଇରାଲ ହେବା ଦ୍ବାରା ସର୍ବସାଧାରଣରେ ଏକ ନିନ୍ଦାର ବିଷୟ ପାଲଟିଥିଲା। ନିଜର ବିଫଳତା ଓ ଦଳର ଭର୍ତ୍ସନା ଶୁଣିବା ପରେ ସେ ରାଗରେ ଜର୍ଜରିତ ହେବାସହ ମାନସିକ ଭାରସାମ୍ୟ ହରାଇ ନିଜର ଭାଷା ଜ୍ଞାନକୁ ଜଳାଞ୍ଜଳି ଦେଇ ଏବିଡ଼ିଓଙ୍କୁ ଧମକାଇଥିଲେ। ଯାହାର ଭିଡିଓ ଜାରି କରି ସାମ୍ବାଦିକ ମାନଙ୍କୁ କହିଥିଲେ ଯେ,ସେମାନେ ନିୟୁଜ କରି କୁଆଡେ ଚାରଣି ଆଠଣି ରୋଜଗାର କରୁଛନ୍ତି ଓ ଘରକୁ ସାମ୍ବାଦିକ ମାନେ ସେହି ପଇସା ରେ ଚାଉଳ ନେଇ ଭାତ ଖାଉଛନ୍ତି। ଏଭଳି ଅପମାନ ସୂଚକ ମନ୍ତବ୍ୟ ରଖି ଅରିନ୍ଦମ ବିବାଦ ଘେରକୁ ଆସିଥିଲେ। ଯାହାକୁ ନେଇ ପ୍ରଥମେ ଟାଙ୍ଗୀ ଚୌଦ୍ୱାରର ସାମ୍ବାଦିକ ମାନେ ଏକାଠି ହୋଇ ଅରିନ୍ଦମ ନାଁରେ ଏକ ଲିଖିତ ଅଭିଯୋଗ ଟାଙ୍ଗୀ ଥାନାରେ କରିଥିଲେ। ଏହାସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ରଖିଥିଲେ। ତେବେ କଟକରେ ମଧ୍ୟ ସମାନ ଭାବେ ତାଙ୍କ ନାମରେ ପୁରି ଘାଟ ଥାନାରେ ଏକ ଲିଖିତ ଅଭିଯୋଗ ସାମ୍ବାଦିକ ମାନେ କରିଥିଲେ। ମାତ୍ର ଏତଲା ଦେବାର ୨୪ ଘଣ୍ଟା ପରେ ମଧ୍ୟ ତାହା ରେଜିଷ୍ଟ୍ରେସନ ହେଲାନାହିଁ। ଅନ୍ୟପଟେ ଆଜି କଟକ ସାମ୍ବାଦିକ ଗ୍ରୃପ ପକ୍ଷରୁ ବହୁସଂଖ୍ୟାରେ ସାମ୍ବାଦିକ ଏକତ୍ରିତ ହୋଇ ଅରିନ୍ଦମଙ୍କ ବାସଭବନ ନିକଟରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ। ଆଗାମୀ ଦିନରେ ଯଦି ଅରିନ୍ଦମଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଏହା ଏକ ମହାଆନ୍ଦୋଳନର ରୂପ ନେବା ସହ ଓଡ଼ିଶାର ପ୍ରତ୍ୟେକ ଥାନାରେ ସାମ୍ବାଦିକ ମାନେ ଏକଜୁଟ ହୋଇ ଏତଲା ଦେବେ ବୋଲି ସୂଚନା ଦେଇଛନ୍ତି ସାମ୍ବାଦିକ ମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ