କ୍ରିୟାନୁଷ୍ଠାନ କମିଟିର ଆଗାମୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା): ଡାକ୍ତରମାନଙ୍କ ଧର୍ମଘଟଯୋଗୁଁ ବାଲେଶ୍ୱର ସମେତ ସମଗ୍ର ଓଡ଼ିଶାରେ ସ୍ୱାସ୍ଥ୍ୟସେବାରେ ଏକ ଅଚଳ ଅବସ୍ଥା ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଡାକ୍ତରମାନଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ହୋଇ ଡାକ୍ତରମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଶନିବାର ସନ୍ଧ୍ୟ।।ରେ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ସାପ୍ତାହିକ ବୈଠକରେ ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହ ଡାକ୍ତର ସଂଘର ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଥିବାରୁ ଉଭୟ ପକ୍ଷଙ୍କୁ ବୈଠକରେ ଧନ୍ୟବାଦ ଦିଆଯାଇଛି। ଡାକ୍ତରମାନଙ୍କ ନ୍ୟାୟେ।।ଚିତ ଦାବିଗୁଡ଼ିକୁ ରାଜ୍ୟ ସରକାର ପୁନଶ୍ଚ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାକୁ କ୍ରିୟାନୁଷ୍ଠାନ କମିଟି ବୈଠକରେ ସରକାରଙ୍କ ଠାରେ ଦାବି କରାଯାଇଛି। ଗତ ମାସ ୨୮ ତାରିଖ ଦିନ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲାସ୍ତରୀୟ ବୈଠକରେ ବହୁ ବିଚାର ବିମର୍ଶ ପରେ ବାଲେଶ୍ୱରରେ ସ୍ୱାସ୍ଥ୍ୟସେବାରେ ଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଥିଲା। ଏଥିପାଇଁ ଚଳିତ ମାସ ଶେଷ ସପ୍ତାହରେ ଜିଲ୍ଲାର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣତାନ୍ତ୍ରିକ ପଦ୍ଧତିରେ ଦିନିକିଆ ଗଣଧାରଣା ଓ ଅଗଷ୍ଟ ପହିଲାଦିନ ୧୬ ନମ୍ବର ଜାତୀ ରାଜପଥ ପାଶ୍ୱର୍ରେ ଥିବା ଏମ୍ସ ସାଟେଲାଇଟ୍ ସେଣ୍ଟର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ବୈଠକରେ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସମସ୍ତ ବ୍ଲକ୍ ଓ ଶାଖା କମିଟିମାନଙ୍କର ବୈଠକ ତୁରନ୍ତ ଆହ୍ୱାନ କରାଯାଇଛି। ଏହି ବୈଠକଗୁଡ଼ିକରେ ଜିଲ୍ଲା କମିଟିର କମକର୍ତ୍ତାମାନେ ଯୋଗଦେବାକୁ ତାଲିକା ପ୍ରସ୍ତୁତ ହୋଇଛି। ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ପ୍ରଦୀପ ଦାସ ଗତ ବୈଠକର ନିଷ୍ପତ୍ତିଗୁଡ଼ିକ ଉପସ୍ଥାପନ କରି ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ସର୍ବଶ୍ରୀ ନିରଞ୍ଜନ ରାଉତ, ପ୍ରଫୁଲଲ୍ଲ କୁମାର ଦାସ, ସୀତାରାମ ପ୍ରଧାନ, ସରସ୍ୱତୀ ପଣ୍ଡା, ଗୌରାଙ୍ଗ ପାଣିଗ୍ର।।ହୀ, ଶଚୀନ୍ଦ୍ର ଦାସ, ଶଶାଙ୍କ ଦତ୍ତ, ଡା. ତାରାକାନ୍ତ ନନ୍ଦ, ଶ୍ୟାମସୁନ୍ଦର ଜେନା, ବିଜନ ଦେ, ଶତ୍ରୁଘ୍ନ ମଲ୍ଲିକ, ଅରୁଣ ଜେନା, ଯତୀନ୍ ପାତ୍ର, ନିରଞ୍ଜନ ପୋଥାଳ, ପୁରୁଷୋତ୍ତମ ଜେନା, ଗୋପିକିଶନ ଜେନା, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ଆୟବ୍ୟୟର ହିସାବ ଆଗତ କରିଥିଲେ। ଶେଷରେ ଭରତ ଚନ୍ଦ୍ର ସେଠୀ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ