ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ସାମ୍ବାଦିକ ସମ୍ବିଳନୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆସନ୍ତା ୨୦୨୭ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଦଖଲ କରିବ। ଏହାସହ ୯ଟି ଯାଜ ବ୍ଲକରେ ବିଜେପି ସମର୍ଥିତ ପ୍ରାର୍ଥୀ ପଞ୍ଚାୟତ ସମିତି ଦଖଲ କରିବେ। ଏହାପରେ ୨୦୨୯ରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ୫ଟି ଯାକ ଆସନ ବିଜେପି ଦଖଲ କରିବ ବୋଲି ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନିଯୁକ୍ତି ପାଇଥିବା ଡ. ଜ୍ୟୋତ୍ସ୍ନାରାଣୀ ଜେନା ବୁଧବାର ହୋଟେଲ ମୟୁରୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି। ଡ. ଜେନା କହିଛନ୍ତି ଏବେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ବିଜେପି ଦଖଲରେ ରହିଛି। ଏଥିସହ ମହାକାଳପଡ଼ା ନିର୍ବାଚନମଣ୍ଡଳୀ ବିଜେପି ଦଖଲରେ ରହିଛି। ଆଗକୁ କେନ୍ଦ୍ରାପଡ଼ା, ପାଟକୁରା, ରାଜନଗର, ଆଳି ନିର୍ବାଚନମଣ୍ଡଳୀ ମଧ୍ୟ ବିଜେପି ଦଖଲରେ ରହିବ। କାରଣ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକାଶ ପଥରେ ଆଗେଇ ଚାଲିଛି। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାର ବିକାଶ କାର୍ଯ୍ୟ ଆଗେଇ ଚାଲିଛି। ଏହାସହ ମହାକାଳପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଚାଲିଛି। ବିଜେପିର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ଅଧିକ ସଂଗଠିତ କରାଯିବ। ଫଳରେ ଅନ୍ୟ ୪ଟି ଆସନ ମଧ୍ୟ ବିଜେପି ଦଖଲକୁ ଆସିବ। ସେହିପରି ଜିଲ୍ଲାରେ ମହିଳା ଭୋଟ ବ୍ୟାଙ୍କ କିପରି ଶହେ ପ୍ରତିଶତ ବିଜେପି ଖାତାକୁ ଆସିବ ସେ ନେଇ ସେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ। ସମସ୍ତ କର୍ମୀଙ୍କୁ ସାଙ୍ଗରେ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୦୨୭ରେ ଜିଲ୍ଲା ପରିଷଦ ଦଖଲ ଓ ୨୦୨୯ରେ ଜିଲ୍ଲାର ୫ଟି ଯାକ ନିର୍ବାଚନମଣ୍ଡଳୀ ଦଖଲ କରାଯିବ ବୋଲି ଡ. ଜେନା ଗଣମାଧଧ୍ୟମକୁ ସୂଚନା ଦେଇଛନ୍ତି। ବୁଧବାର ୨ଶହରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବା ପରେ ଶ୍ରୀମତୀ ଜେନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ତାଙ୍କର ସାଙ୍ଗଠନିକ ଦକ୍ଷତା ଉପରେ ଦୃଢୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଗତ ୨୫ ବର୍ଷ ଧରି ସେ କେନ୍ଦ୍ରାପଡ଼ା ରାଜନୀତିରେ ଜଣେ ସକ୍ରିୟ ନେତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ପୂର୍ବରୁ ୮ ନଂ. ଜୋନର ଜିଲ୍ଲା ପରିଷଦ ସଭ୍ୟା ଥିଲେ। ଏହାସହ ଜିଲ୍ଲା ଯୋଜନା ବୋର୍ଡର ସଭ୍ୟା ଥିଲେ। ସେହିପରି ସେ ଏବେ ଦିଶା(ଡିଷ୍ଟ୍ରିକ୍ଟ ଡେଭେଲପମେଣ୍ଟ କୋର୍ଡିନେସନ ଆଣ୍ଡ ମନିଟରିଂ କମିଟି)ର ସଦସ୍ୟା ଅଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କାର୍ଯ୍ୟକର୍ତ୍ତା ବନ୍ଦନାରାଣୀ ରାଉତରାୟ, ରୀନାରାଣୀ ଦାସ, ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ