ରାଇକିଆ ପଞ୍ଚାୟତ ସମିତି ବୈଠକ

ରାଇକିଆ,  (ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସମିତି ର 11 ତମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଅନାସ୍ଥା  ଭୋଟ ପରେ  ଦାୟିତ୍ଵ ଗ୍ରହଣ କରିଥିବା ଅଧ୍ୟକ୍ଷା ରିନା ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଉନ୍ନୟମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା । ବିଶେଷ କରି କାର୍ଯ୍ୟକାରୀ ରେ ବିଳମ୍ବ ହୋଇଥିବା ବିକଶିତ ଗାଁ ଓ ବିକଶିତ ଓଡ଼ିଶା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କୁ ପ୍ରାଥମିକତା ଦିଆ ଯାଇଥିଲା । ଏଥି  ସହ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା କୁ ନେଇ ଯୋଗ ଦେଇଥିବା ଲୋକ ପ୍ରତିନିଧି ମାନେ ଆଲୋଚନା କରିଥିଲେ।  ବୈଠକ ରେ  ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ରାଇକିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ,   ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା ଏବଂ ବିଭିନ୍ନ  ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।   ଜଳବିଭାଜିକା, ପ୍ରଧାନ ମନ୍ତ୍ରୀ ସଡକ ଯୋଜନା, ରାସ୍ତାଘାଟ ନିର୍ମାଣ, ଗୃହ ନିର୍ମାଣ, ଉଦ୍ୟାନ ବିଭାଗ, କୃଷି ବିଭାଗ, ସାମାଜିକ ସୁରକ୍ଷା ବିଭାଗ ର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ  ଯୋଜନା ର ଅଗ୍ରଗତି ସଂପର୍କ ରେ ଆଲୋଚନା କରାଯିବା ସହ ଲୋକ ପ୍ରତିନିଧି ମାନେ ଜନ ସାଧାରଣ ଙ୍କ ଜରୁରି ଆବଶ୍ୟକତାକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ମତ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ