ସରସ୍ୱତୀ ବିଦ୍ୟା ମନ୍ଦିରର ଉଲ୍ଲେଖନୀୟ ସଫଳତା : ଜ୍ୟୋତିର୍ମୟୀ ଶିକ୍ଷାନୁଷ୍ଠାନ ଟପ୍ପର୍‍

ଆସିକା (ୱାଇଏନ୍‍ଏସ୍‍) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‍ଏସ୍‍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବାଣିଜ୍ୟ, କଳା, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇସାରିଛି । ଆସିକା ସରସ୍ୱତୀ ବିଦ୍ୟା ମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ପାଠ୍ୟକ୍ରମର ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଅତୀତର ରେକର୍ଡ ବଜାୟ ରଖିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଚଳିତବର୍ଷ ଆସିକା ସରସ୍ୱତୀ ବିଦ୍ୟା ମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପାଠ୍ୟକ୍ରମରେ ସମୁଦାୟ ୧୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେଥିି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭୭ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୩ ଜଣ, ତୃତୀୟ ଶ୍ରେଣୀରେ ଜଣେ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି । ଆସିକା ସରସ୍ୱତୀ ବିଦ୍ୟା ମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମେଧାବୀ ବିଦ୍ୟାର୍ଥୀ ଜ୍ୟୋତିର୍ମୟୀ ଭଞ୍ଜ ୯୪.୮୩ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ଶିକ୍ଷାନୁଷ୍ଠାନ ଟପର ହୋଇଥିବା ଜଣାପଡିଛି । ଆସିକା ସରସ୍ୱତୀ ବିଦ୍ୟା ମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀ ମାନଙ୍କ ଏହି ସଫଳତା ପାଇଁ ପରିଚାଳନା କମିଟି ସଭାପତି ଡଃ ବିନୋଦ ଚନ୍ଦ୍ର ଦାଶ, ଉପ-ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ସଂପାଦକ ପ୍ରତାପ କୁମାର ମହାପାତ୍ର, ସହସମ୍ପାଦକ ପି. ନାଗେଶ୍ୱର ପାତ୍ର, କୋଷାଧ୍ୟକ୍ଷ ଦଣ୍ଡପାଣୀ ବେହେରା, ସଦସ୍ୟ ଶ୍ରୀମତୀ ଜଲୀ ମହପାତ୍ର ଓ ଶ୍ରୀମତୀ ଶ୍ରାବଣୀ ମହାରଣା, ଉପଦେଷ୍ଟା କେ.ଦୁର୍ଗାପ୍ରସାଦ ଆଚାରୀ, ପ୍ରଧାନାଚାର୍ଯ୍ୟ ସୁନିଲ୍‍ କୁମାର ଗୌଡ, ସରସ୍ୱତୀ ବିଦ୍ୟାମନ୍ଦିର ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ସାବତ, ଅଧ୍ୟାପକ ସୁରେନ୍ଦ୍ର କୁମାର ପାଢୀ, ପ୍ରିୟରଂଜନ ସାହୁ, ଅମିତ୍‍ ବିକ୍ରମ ମହାପାତ୍ର, ଶୁଭ୍ରାଂଶୁ କହଁର, ବେବିନା ଚୌଧୁରୀ, ସୁଚିତ୍ରା ପାଢୀ, ସୌମ୍ୟରାଣୀ ଶତପଥୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷାରେ ଆସିକା ସରସ୍ୱତୀ ବିଦ୍ୟା ମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଅତୀତର ରେକର୍ଡକୁ ବଳବତ୍ତର ରଖିଥିବା ଜଣାପଡିଛି । ଆସିକା ସରସ୍ୱତୀ ବିଦ୍ୟା ମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ