ବୁଗୁଡା ବ୍ଳକର ପିତାମହ ରେବତୀ ବାବୁ ଆଉ ନାହାଁନ୍ତି

ବୁଗୁଡ଼, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ତଥା ବୁଗୁଡା ବ୍ଳକର ବରିଷ୍ଠ ରାଜନେତା ରେବତୀ ମୋହନ ନାୟକଙ୍କ ୧୦/୦୧/୨୬ ତାରିଖ ଅପରାହ୍ନ ପ୍ରାୟ ୫ ସମୟରେ ବ୍ରହ୍ମପୁର ସମ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ରେବତୀ ମୋହନ ନାୟକ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ସହ ତାଙ୍କର ଦୃଢ଼ ସମର୍ଥକ ଥିଲେ। ରେବତୀ ବାବୁଙ୍କ ଦେହାନ୍ତ ବୁଗୁଡା ବ୍ଳକ ପାଇଁ ଏକ ଅପୁରାଣୀୟ କ୍ଷତି। ସ୍ବର୍ଗତ ରେବତୀ ମୋହନ ନାୟକ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ। ସ୍ୱର୍ଗତ ଶ୍ରୀ ନାୟକ ଭୂଉନ୍ନୟନ ସମବାୟ ବ୍ୟାଙ୍କର ରାଜ୍ୟ ଚେୟାରମ୍ୟାନ, ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି, ବୁଗୁଡା ବ୍ଳକର ବହୁଥର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସୁଚାରୁଭାବେ ପରିଚାଳନା କରି ପ୍ରସଂଶନୀୟ ହୋଇଛନ୍ତି। ତାଙ୍କର ଦେହାନ୍ତ ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ