ପାଣି ପଞ୍ଚାୟତ ରଥକୁ ସ୍ଵାଗତ ସମ୍ବର୍ଦ୍ଧନା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଘୋଡାହାଡ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଜିଲା ପରିକ୍ରମାରେ ବାହାରିଥିବା ପାଣି ପଞ୍ଚାୟତ ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଚାଷୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ସଚେତନତା ରଥ ସାନଖେମୁଣ୍ଡି ବ୍ଳକ ର ବିଭିନ୍ନ ଗ୍ରାମ ପରିକ୍ରମା କରି ଅପରାହ୍ନରେ ଦିଗପହଣ୍ଡି ଘୋଡାହାଡ ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଘୋଡାହାଡ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଙ୍କ ସମେତ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ଓ ବହୁ ସଂଖ୍ୟକ ସଚେତନତା ରଥକୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପଦୀପ ଦେଇ ସମ୍ବର୍ଦ୍ଧିତ କରିଥିଲେ। ରଥ ଦିଗପହଣ୍ଡି ସହର ପରିକ୍ରମା କରିଥିଲା। କ୍ଷେତରେ ଆବଶ୍ୟକତା ଅନୁଯାୟୀ ଜଳ ବ୍ୟବହାର କରି ଅଧିକ ଶସ୍ୟ ଅମଳ କରିବା ଏବଂ ଲାଭବାନ ହୋଇପାରିବା ବୋଲି ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା । ଶନିବାର ଏହି ରଥ ଦିଗପହଣ୍ଡି ବ୍ଳକର ବହୁ ସଂଖ୍ୟକ ଗ୍ରାମ ପରିକ୍ରମା କରି ଚାଷୀ ଙ୍କୁ ପାଣି ପଞ୍ଚାୟତ ପକ୍ଷ ପାଳନ ଏବଂ ଜମିରେ ଜଳ ରାଶି ର ବିନିଯୋଗ ସମ୍ପର୍କରେ ସଚେତନ କରାଇବ ବୋଲି ଉପ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ସଚେତନତା ରଥ କୁ ସମ୍ବର୍ଦ୍ଧନା ସମୟରେ ସହକାରୀ ଯନ୍ତ୍ରୀ ଇଂ. ଦେବରାଜ ଗୈାଡ , ଇଂ.କିଶୋର ପାତ୍ର , ଜଳସେଚନ କର୍ମଚାରୀ ପ୍ରଦୀପ କୁମାର ମହାନ୍ତି , ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର , କୋଷାଧ୍ୟକ୍ଷ ରାମନାଥ ବିଷୋୟୀ , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ପାଣି ପଞ୍ଚାୟତ ଶୀର୍ଷ କମିଟି ର ପୂର୍ବତନ ସଭାପତି ବିଦ୍ୟାଧର ମହାପାତ୍ର , ପୂର୍ବତନ ସରପଞ୍ଚ ସଞ୍ଜୀବ ରେଡ୍ଡୀ , ମୁରଲୀ ପାତ୍ର , ମନୋଜ କୁମାର ସାହୁ ସମେତ ୨୧ ଟି ପାଣି ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ।


