ପାଚେରୀ ଭୁଶୁଡ଼ି ପଡ଼ି ଆହତ ମହିଳାଙ୍କୁ ନିଜ ଗାଡିରେ ମେଡିକାଲ ନେଇ ଚର୍ଚ୍ଚାରେ ନନ୍ଦହାଣ୍ଡି ବିଡ଼ିଓ

ନବରଙ୍ଗପୁର,(ୱାଇଏନଏସ): ପ୍ରବଳ ବର୍ଷା ସମୟ ରେ ବିଡ଼ିଓ ଦେଖାଇଲେ କର୍ତ୍ତବ୍ୟଵୋଧାତା । ପାଚେରୀ ଭୁଶୁଡ଼ି ପଡ଼ିଥିବା ଓ ସେଥିରେ ଜଣେ ମହିଳା ଫସି ଆହତ ହୋଇଥିବା ମହିଳାଙ୍କୁ ନିଜ ଗାଡିରେ ମେଡିକାଲ ନେଇ ଚିକିତ୍ସା କରାଇ କର୍ତ୍ତବ୍ୟଵୋଧାତା ର ପରିଚୟ ଦେଲେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ ବନ୍ୟା ବାତ୍ୟାକୁ ନେଇ କ୍ଷେତ୍ର ପରିଦର୍ଶନ ସମୟରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡ଼ା ଗ୍ରାମରେ ଏକ ପାଚେରୀ ଭୁଶୁଡ଼ି ପଡ଼ିଥିବା ଓ ସେଥିରେ ଜଣେ ମହିଳା ଫସି ରହି ଗୁରୁତର ଆହତ ହୋଇଥିବା ସୂଚନା ପାଇଥିଲେ। ସେଠାରେ ତୁରନ୍ତ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ମହିଳାଙ୍କୁ ଉଦ୍ଧାର କରିଥିଲା। ମହିଳା ଜଣକ ହେଲେ ସରୁଗୁଡ଼ା ଗ୍ରାମ ର ଚିନ୍ତାମଣି ମାଝୀ ତାଙ୍କ ମହିଳାଙ୍କ ମୁହଁ ଓ ହାତରେ ଆଘାତ ଲାଗିଥିଲା ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା ନକରି, ବିଡ଼ିଓ ନିଜ ସରକାରୀ ଅଫିସ୍ ଗାଡ଼ିରେ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ଏହାପରେ ତୁରନ୍ତ ନନ୍ଦାହାଣ୍ଡି ତହସିଲଦାରଙ୍କୁ ଯୋଗାଯୋଗ କରି ପୀଡ଼ିତାଙ୍କ ଅବସ୍ଥା ବିଷୟରେ ଅବଗତ କରାଯାଇଥିଲା। ପୀଡ଼ିତାଙ୍କ ତୁରନ୍ତ ଆର୍ଥିକ ଆବଶ୍ୟକତା ଓ ଚିକିତ୍ସା ସମ୍ବନ୍ଧୀୟ ଖର୍ଚ୍ଚକୁ ଦୃଷ୍ଟିରେ ରଖି, ଜରୁରୀ ସହାୟତା ଭାବେ ତାଙ୍କୁ ୫,୦୦୦/- ରେଡ୍ କ୍ରସ୍ ଫଣ୍ଡରୁ ସହାୟତା ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ତାଙ୍କ ମୁହଁ ଓ ହାତ , ଛାତି ସହ ଅଣ୍ଟାରେ ମାଡ଼ ହୋଇଥିବା ଡକ୍ଟର ସୂଚନା ଦେଇଥିବା ବେଳେ ଆବଶ୍ୟକ ସ୍ଥଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯିବ ବୋଲି ଚିକିତ୍ସା କରୁଥିବା ଡକ୍ଟର ନିବେଦିତା ଗୌଡ଼ ସୂଚନା ଦେଇଛନ୍ତି । ଅପରପକ୍ଷରେ ପ୍ରବଳ ବର୍ଷା ସମୟ ରେ ବିଡ଼ିଓ କ୍ଷୀରିଦ୍ ଚନ୍ଦ୍ର ସାହୁ ଙ୍କ ଏହି ମାନବିକତା କୁ ନେଇ ଆହତ ମହିଳା ଙ୍କ ପରିବାର ତରଫରୁ ପ୍ରଶଂସା କରାଯିବା ସହିତ ଧନ୍ୟବାଦ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ