ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ଅମିତ୍ ପଟ୍ଟନାୟକଙ୍କ ମାତା ଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ବିରହୀ ସ୍ୱାମୀ କାର୍ତ୍ତିକ ପଟ୍ଟନାୟକ, ପୁତ୍ର ଦ୍ଵୟ ଅମିତ ଓ ମନୋଜ ତଥା କନ୍ୟା ସୁନୀତା ଏବଂ ଅନ୍ୟାନ୍ୟ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ। ସେ ଜଣେ ପରୋପକାରୀ ଓ ଧର୍ମପରାୟଣା ମହିଳା ଭାବେ ବେଶ ପରିଚିତ ଥିଲେ. ତାଙ୍କର ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ, ପାରଳାର ପୂର୍ବତନ ବିଧାୟକ ତଥା ବିଜେପିର ରାଜ୍ୟ ଉପସଭାପତି କେ. ନାରାୟଣ ରାଓ, ବିଭିନ୍ନ ରାଜନୈତିକ ଦଳର ବହୁ ନେତା, ପାରଳା ସହରର ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ଗଜପତି ଜିଲ୍ଲା ସ୍ତରୀୟ ସାମ୍ୱାଦିକ ଗରୁଡଧ୍ଵଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା,ଦ୍ବିଜେନ ପାଢ଼ୀ, ଭାଗବତ ପାଢୀ , ବାସୁଦେବ ଦାସ , ବିବେକାନନ୍ଦ ବେହେରା ଗଣେଶ କୁମାର ରାଜୁ, ଆଦର୍ଶ ଦାସ, ହରିହର ପଟ୍ଟନାୟକ, ରୁପେଶ କୁମାର ସାହୁ , ଟି. ଶେଖର , ରାଜେନ୍ଦ୍ର ରଥ, ବାଳକୃଷ୍ଣ ପାଣିଗ୍ରାହୀ , ସନ୍ତୋଷ ପାଟ୍ଟଯୋଶୀ , ଅଲିନ୍ , ଗିରିଧାରୀ ପରିଚ୍ଛା , କୁନା ପଟ୍ଟନାୟକ, ସୁଜିତ ବିଶୋୟୀ , ରଶ୍ମୀରଂଜନ ମିଶ୍ର , ସନ୍ତୋଷ ପଟ୍ଟନାୟକ ତଥା ଅନ୍ୟାନ୍ୟ ସାମ୍ୱାଦିକ ଏବଂ ସମାଜସେବୀ ମନୋଜ ଦାଶ , ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ଏବଂ ବହୁ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିବା ସହ ଦିବଂଗତ ଆତ୍ମାଙ୍କ ପରିବାର ବୃନ୍ଦଙ୍କୁ ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।


