ଶିକ୍ଷାବର୍ଷ ଆରମ୍ଭକୁ ବିତିଲା ୩ ମାସ :ବିଦ୍ୟାର୍ଥୀ ମାଗଣା ପୋଷାକ ପାଇବାରୁ ବଞ୍ଚିତ

ଆସିକା (ୱାଇଏନ୍‍ଏସ୍‍) :ସରକାରୀ ସ୍କୁଲ ପିଲାଙ୍କ ପାଇଁ ସରକାର ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି । ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭକୁ ୩ ମାସ ବିତିଯାଇଥିଲେ ମଧ୍ୟ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ପ୍ରାୟ ୧୫୨ଟି ଶିକ୍ଷାନୁଷ୍ଠାନର ହଜାର ହଜାର ବିଦ୍ୟାର୍ଥୀ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହେଉଛି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦେଖାଦେଇଥିବା ଏପରି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା ବେଳେ ପ୍ରଶାସନର କାର୍ଯ୍ୟଦକ୍ଷତା ଓ ପାରିବାପଣିଆକୁ ନେଇ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକୁ ୟୁନିଫର୍ମ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ଚୟନ ହୋଇଥିବା ସଂସ୍ଥା ସହ ଗତ କିଛି ମାସ ତଳେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ପ୍ରାୟ ୧୬ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ହୋଇଆସୁଥିଲା ବେଳେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅଞ୍ଚଳରେ ପ୍ରାୟ ୧୫୨ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଅନ୍ୟୁନ ୧୬ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିଶୁବାଟିକାରୁ ଦଶମ ଶ୍ରେଣୀରେ ପଢୁଥିବା ବେଳେ ହଜାର ହଜାର ବିଦ୍ୟାର୍ଥୀ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବର୍ତ୍ତମାନ ସୁଦ୍ଧା ବଞ୍ଚିତ ହୋଇଆସୁଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପ୍ରାୟ ୧୫୨ଟି ବିଦ୍ୟାଳୟ ଗୁôଡିକର ଛାତ୍ରଛାତ୍ରୀମାନେ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ବିଦ୍ୟାର୍ଥୀଙ୍କୁ ସରକାରଙ୍କ ମାଗଣା ପୋଷାକ ବଣ୍ଟନ ଦିଗରେ ପଦକ୍ଷେପ ନିଆଯାଉଛି । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ପୋଷାକର ରଙ୍ଗ ଓ ଗୁଣବତ୍ତାକୁ ନେଇ ସର୍ବାଧିକ ଗୁରୁତ୍ୱାରୋପ କରାଯାଇଥିଲା ବେଳେ ଛାତ୍ରଛାତ୍ରୀମାନଙ୍କୁ ଠିକ୍‍ ମାପ ହିସାବରେ ସମୟସୀମା ମଧ୍ୟରେ ୟୁନିଫର୍ମ ବଣ୍ଟନ କରାଯିବ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଅଧିକାଂଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ହୋଇଆସି ଗତବର୍ଷର ପୁରୁଣା ପୋଷାକ ପରିଧନ କରି ନିଜ ନିଜ ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି । ଖରାଛୁଟି ଶେଷ ପରେ ଛାତ୍ରଛାତ୍ରୀମାନେ ନୁଆଁ ୟୁନିଫର୍ମରେ ନିଜ ନିଜ ବିଦ୍ୟାଳୟକୁ ଯିବେ ବୋଲି ଭାବି ଖୁସି ହୋଇଥିଲେ । ତେବେ ନୁଆଁ ପୋଷାକକୁ ଚାହୁଁ ଚାହୁଁ୍ର ଶିକ୍ଷାବର୍ଷ ଆରମ୍ଭକୁô ୩ ମାସ ବିତିଯାଇଥିଲେ ବି ୟୁନିଫର୍ମ ମିଳିପାରିନାହିଁ । ଖରାଛୁଟି ଶେଷ ପରେ ଗତ ଜୁନ୍‍ ମାସ ୨୨ ତାରିଖରେ ସ୍କୁଲ ଖୋଲିଥିଲା । ଶିଶୁବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀର ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କୁ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭର ଖରାଛୁଟି ଆରମ୍ଭ ପୂର୍ବରୁ ୟୁନିଫର୍ମ ବଣ୍ଟନ ପାଇଁ ଓସେପା ଦେଇଥିବା ନିର୍ଦ୍ଦେଶ ଆସିକାରେ ବାଟବଣା ହୋଇଯାଇଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଡ୍ରପ୍‍ଆଉଟ୍‍ ହାର କମାଇବା ଓ ବିଦ୍ୟାଳୟ ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବହୁ ଶିକ୍ଷା କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ତେବେ ଆସିକା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧୬ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଂଚିତ ହୋଇଆସୁଥିବା ଅଭିଯୋଗ ହେଉଛି । କେଉଁ କାରଣରୁ ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀମାନେ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଂଚିତ ହେଲେ ତାହାର ଏକ ନିରପେକ୍ଷ ତଦନ୍ତ କରି ପୋଷାକ ବଣ୍ଟନ ପାଇଁ ଶିକ୍ଷା ବିଭାଗ ସହ ଚୁକ୍ତିନାମା କରିଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସମସ୍ତ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଯେପରି ସରକାରଙ୍କ ମାଗଣା ପୋଷାକ ଅତିଶୀଘ୍ର ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ