ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ
ଆସିକା (ୱାଇଏନ୍ଏସ୍) : ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଅଭିଯାନ ସଂକ୍ରାନ୍ତୀୟ ଚିଠା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ସୁଚାରୂ ରୂପେ ତ୍ରୁଟିମୁକ୍ତ, ସ୍ୱଚ୍ଛ, ନିର୍ଭୁଲ, ବିଶ୍ୱସନୀୟ ଓ ସ୍ୱଚ୍ଛତାର ସହ ସଂପାଦନ କରିବା ପାଇଁ ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଆସିକା ବ୍ଳକର ୨୭ଟି ପଞ୍ଚାୟତ ଓ ପୌର ପରିଷଦର ୧୮ଟି ୱାର୍ଡ ଅଧୀନସ୍ଥ ୧୯୫ଟି ବୁଥ୍ର ବୁଥ୍ସ୍ତରୀୟ ଅଧିକାରୀ ଏବଂ ବୁଥ୍ସ୍ତରୀୟ ସୁପରଭାଇଜରମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲଦାର ସଙ୍ଗୀତା ସେଣଙ୍କ ସଭାପତିତ୍ୱରେ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି ଚିଠା ଭୋଟର୍ ତାଲିକା ପ୍ରକାଶନ ସଂକ୍ରାନ୍ତୀୟ ପରବର୍ତ୍ତୀ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଭୋଟର୍ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଟୁଲିଆମ୍ମା ପ୍ରଧାନ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଏବିଡିଓ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଅମରେଶ୍ ସାବତ ପ୍ରମୁଖ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜନର ଆବଶ୍ୟକତା ଉପରେ ଆଲୋକପାତ କରିବା ସାଙ୍ଗକୁ ଚିଠା ଭୋଟର୍ ତାଲିକାରେ ଯେଉଁ ଭୋଟରଙ୍କ ନାମ କୌଣସି କାରଣରୁ ବାଦ୍ ପଡିଯାଇଛି ସେମାନଙ୍କ କିପରି ସାମିଲ୍ କରାଯାଇପାରିବ ତାହାରି ଉପରେ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଚିଠା ଭୋଟର୍ ତାଲିକା ପ୍ରକାଶନ ସଂକ୍ରାନ୍ତୀୟ ପରବର୍ତ୍ତୀ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ବିଓଲ୍ଓ ସୁପରଭାଇଜର ରାମନାଥ ପଟ୍ଟନାୟକ, ଶିବଶଙ୍କର ଜେନା, ଶୁଭେନ୍ଦୁ ଶେଖର ଜେନା, କାଳୁଚରଣ ଲେଙ୍କା, ଅମୀୟସିନ୍ଧୁ ମୁନି, ବଂଶୀଧର ପରିଡା, ମନୋରଂଜନ ପାଢୀ, ସିମାଞ୍ଚଳ ସେଠୀ, ସତ୍ୟନାରାୟଣ ସେଠୀ, ଧୋବା ବେହେରା, ବିଦ୍ୟାଧର ସାହୁ, ନିରଞ୍ଜନ ପରିଡା, ଜଗନ୍ନାଥ ଦାଶ, ଶରତ ଚନ୍ଦ୍ର ନାୟକଙ୍କ ସମେତ ଏହି କାର୍ଯ୍ୟକ୍ରମରେ ନିୟୋଜିତ ଥିବା ବିଏଲ୍ଓ ସୁପରଭାଇଜର ଏବଂ ବୁଥ୍ସ୍ତରୀୟ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


